ଈଶାନଙ୍କ ପାଇଁ କରବାଚୌଥ ବ୍ରତ ରଖିଲେ ଜାହ୍ନବୀ

ନବରାତ୍ର ପୂଜା ପରେ ଏବେ ମହିଳାମାନେ କର୍‌ବାଚୌଥ ବ୍ରତ କରିବାକୁ ସଜବାଜ ହେଉଛନ୍ତି। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହି ଉତ୍ସାହ ଦେଖିବାକୁ ମିଳୁଛି। ପୂଜା ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଈଶାନ ଖଟ୍ଟରଙ୍କ ପାଇଁ କର୍‌ବାଚୌଥ ବ୍ରତ ରଖିଛନ୍ତି। ଉଭୟ ପୂଜା କରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜାହ୍ନବୀ ଏକ ଜାଲିରେ ଈଶାନଙ୍କୁ ଦେଖୁଛନ୍ତି। ଖାଲି ସେତିକି ନୁହେଁ, ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଫିଲ୍ମ ‘ଦିଲ୍‌ ଓ୍ବାଲେ ଦୁଲ୍‌ହନିୟାଁ ଲେ ଯାଏଗେଁ’ ର ଏକ ଗୀତ ଶୁଣିବାକୁ ମିଳୁଛି। ଶୋ’ରେ ଏହି ଯୋଡି ଏମିତି ଅଭିନୟ କରିଛନ୍ତି ଯେମିତି ସେମାନେ ପ୍ରକୃତରେ ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ।
ପ୍ରକୃତ କଥା ହେଲା ଏହି ଭିଡିଓଟି ଛୋଟ ପରଦାରେ ପ୍ରସାରିତ ଏକ ଶୋ’ ‘ମୁଭି ମସ୍ତି ଓ୍ବିଥ୍‌ ମନୀଷ ପାଲ’ର। ଏହି ଯୋଡି ଫିଲ୍ମ ‘ଧଡକ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

Share