Advertisement

ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲ କରିବାକୁ ଦାବି

ଭବାନୀପାଟଣା, ୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲକରିବା ପାଇଁ ଶୁକ୍ରବାର କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲକଲେ କଳାହାଣ୍ଡି ଓ ନୂଆପଡ଼ା ଜିଲା ସମେତ ଆଖପାଖ ଜିଲାବାସୀ ଉପକୃତ ହୋଇପାରିବେ। ସେହିପରି ଭୁବନେଶ୍ୱରରୁ ସୁରଟ, ଅହମ୍ମଦାବାଦ ଓ ପୁଣେକୁ ସିଧାସଳଖ ବିମାନ ଚଳାଚଳ କଲେ ଏହି ସହରଗୁଡିକରେ ବସବାସ କରୁଥିବା ଓଡ଼ିଶାର ଲୋକେ ଉପକୃତ ହୋଇପାରିବେ ବୋଲି ପଣ୍ଡା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share