Categories: ଖେଳ

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଉଗାଣ୍ଡା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ କାମ୍ପାଲାସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚଳିତମାସ ୨୩ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ୧୮୦ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତରୁ ୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଉଗାଣ୍ଡା ପ୍ରତିଯୋଗୀତାରେ ମଧ୍ୟ ଭଲ ଖେଳିବେ ବୋଲି ଆଶାବାଦୀ ଅଛନ୍ତି।

Share