Categories: ଖେଳ

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ: ଫାଇନାଲରେ ପ୍ରମୋଦ

କଟକ ଅଫିସ, ୨୮ା୪-ଉଗାଣ୍ଡାର କାମ୍ପାଲା ସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ରାଉଣ୍ଡ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଶନିବାର ଖେଳାଯାଇଥିବା ସିଙ୍ଗଲ୍ସ ବିଭାଗର ସେମିଫାଇନାଲରେ ପ୍ରମୋଦ ଭାରତର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ମନୋଜ ସରକାରଙ୍କୁ ୨୦-୨୨, ୨୧-୧୪, ୨୧-୧୭ ସେଟରେ ହରାଇଥିଲେ। ଫାଇନାଲରେ ଭାରତର ଖେଳାଳି ବିକ୍ରମ କୁମାରଙ୍କ ସହ ମୁକାବିଲା ହେବ। ସେହିପରି ଡବଲ୍ସ ସେମି ମୁକାବିଲାରେ ପ୍ରମୋଦ-ମନୋଜ ସରକାରଙ୍କ ଯୋଡ଼ି ତରୁଣ-ନିତେଶ କୁମାରଙ୍କ ଯୋଡ଼ିକୁ ୧୯-୨୧, ୨୧-୧୮, ୨୧-୧୫ ସେଟରେ ହରାଇଥିଲା। ଫ୍ରାନ୍ସର ଖେଳାଳିଙ୍କ ସହ ଡବଲ୍ସ ବିଭାଗର ଫାଇନାଲ ମୁକାବିଲା ହେବ ।

Share