Categories: ଜାତୀୟ

ଉଗ୍ରରୂପ ନେଲା କୃଷକଙ୍କ ବିରୋଧ ପ୍ରଦର୍ଶନ

ଲକ୍ଷ୍ନୌ,୧୭।୧୧: ଉତ୍ତର ପ୍ରଦେଶ ରାଜ୍ୟ ଔଦ୍ୟୋଗିକ ବିକାଶ ନିଗମର ଟ୍ରାନ୍ସ ଗଙ୍ଗା ସିଟି ପ୍ରୋଜେକ୍ଟ ପାଇଁ ଯେଉଁ ଜମି ଅଧିଗ୍ରହଣ କରାଯାଇଥିଲା ତାକୁ ନେଇ ଉପୁଜିଛି ବିବାଦ। ଜମିର ଉଚିତ ମୂଲ୍ୟ ନ ପାଇଥିବାରୁ କୃଷକମାନେ ରବିବାର ମଧ୍ୟ ସେମାନଙ୍କ ବିରୋଧ ପ୍ରଦର୍ଶନ ଜାରି ରଖିଥିବା ସୂଚନା ମିଳିଛି। ଟ୍ରାନ୍ସ ଗଙ୍ଗା ସିଟି ପ୍ରୋଜେକ୍ଟ ସବ୍‌ ଷ୍ଟେଶନ ବାହାରେ ପଡିଥିବା ଜିନିଷ ଗୁଡିକୁ ବିଦ୍ରୋହୀ କୃଷକମାନେ ରବିବାର ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଏହି ଖବର ମିଳିବା ପରେ ଜିଲା ପ୍ରଶାସନ ଛାନିଆ ହେବା ସହ ଘଟଣାସ୍ଥଳରେ ଥିବା ପୋଲିସ ଓ ସୁରକ୍ଷାକର୍ମୀ ମୁକ ଦର୍ଶକ ସାଜିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏହି ଘଟଣାକୁ ନେଇ କୃଷକମାନେ ଶନିବାର ବିରୋଧ ପ୍ରଦର୍ଶନ କରିବା ସହ ପୋଲିସ ଗାଡି ଉପରକୁ ପଥରମାଡ କରିଥିଲେ। ଏହାକୁ ଦେଖି ପୋଲିସ ଲୁହବୁହା ଗ୍ୟାସ ଛାଡିବା ସହ ଲାଠି ଚାର୍ଜ କରିଦେଇଥିଲା।

Share