Categories: ଖେଳ

ଉଚ୍ଚତା ଯୋଗୁ କ୍ରିକେଟ ପ୍ରଶଂସକଙ୍କୁ ମିଳିଲା ନାହିଁ ରୁମ୍‌

ଲକ୍ଷ୍ନୌ,୬।୧୧- ଉତ୍ତରପ୍ରଦେଶ ରାଜଧାନୀଠାରେ ଆଫଗାନିସ୍ତାନ କ୍ରିକେଟ ପ୍ରଶଂସକଙ୍କୁ ଭିନ୍ନ କାରଣରୁ ହଇରାଣ ହେବାକୁ ପଡ଼ିଛି। ସ୍ଥାନୀୟ ଭାରତରତ୍ନ ଅଟଳ ବିହାରୀ ବାଜେପେୟୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଦେଖିବା ପାଇଁ ଆଫଗାନିସ୍ତାନର ଜଣେ ପ୍ରଶଂସକ ଶେର ଖାନ ଲକ୍ଷ୍ନୌ ଆସିଥିଲେ। ଉତ୍ତରପ୍ରଦେଶ ରାଜଧାନୀଠାରେ ଥିବା ବିଭିନ୍ନ ହୋଟେଲ ବାହାରେ ବୁଲୁ ଥିବାର ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିଯୋଗୁ ସ୍ଥାନୀୟ ଲୋକେ ତାଙ୍କ ଉପରେ ସନ୍ଦେହ ହେବାରୁ ପୋଲିସ ଡକାଇଥିଲା। ତେବେ ୮ ଫୁଟ ୩ ଇଞ୍ଚ ଉଚ୍ଚତା ଯୋଗୁ ତାଙ୍କୁ କୌଣସି ହୋଟେଲରେ ରୁମ୍‌ ମିଳି ନ ଥିଲା। ପୋଲିସ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ ଶେର ଖାନଙ୍କୁ ସାହାଯ୍ୟ କରିଥିଲା। ଏ ସମ୍ପର୍କରେ ଏଏସ୍‌ପି ପଶ୍ଚିମ ବିକାଶ ଚନ୍ଦ୍ର ତ୍ରିପାଠି କହିଛନ୍ତି, ଆଫଗାନିସ୍ତାନ ବାସିନ୍ଦା ଶେର ଖାନଙ୍କ ଉଚ୍ଚତା ୮ ଫୁଟ ୩ ଇଞ୍ଚ। ତାଙ୍କର ଉଚ୍ଚତା ଓ ଭେଷଭୁଷା ଦେଖି କୌଣସି ହୋଟେଲବାଲା ରୁମ୍‌ ଦେଇ ନ ଥିଲେ। ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ଠିକ୍‌ ଥିବାରୁ ପୋଲିସ ତରଫରୁ ଚାରବାଗ ଅଞ୍ଚଳରେ ଏକ ରୁମ ଦିଆଯାଇଛି।

Share