Advertisement

ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରେ ମୂଳା

ସାଲାଡ୍‌ ହେଉ କି ତରକାରୀ ଅଧିକାଂଶ ଲୋକେ ଏସବୁରେ ମୂଳା ପକାଇବାକୁ ପସନ୍ଦ କରନ୍ତି। ଏହାର ସେବନ ଦ୍ୱାରା କେବଳ ପାଟି ସୁଆଦ ବଢ଼ିଥାଏ ତା’ନୁହେଁ, ବରଂ ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟାରୁ ରକ୍ଷା ମିଳିଥାଏ। ମୂଳାରେ ପଟାସିୟମ୍‌, ଫୋଲେଟ୍‌, ରାବୋଫ୍ଲୋବିନ୍‌, ନାଇସିନ୍‌, ଭିଟାମିନ୍‌ କେ, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଏବଂ ଭିଟାମିନ୍‌ ବି-୬ ଭଳି ପୋଷକ ତ୍ବ ରହିଥାଏ; ଯାହା ସ୍ବାସ୍ଥ୍ୟକୁ ଲାଭ ପହଞ୍ଚାାଇଥାଏ। ଏ ସମସ୍ତ ପୋଷକ ତତ୍ତ୍ୱ ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ପାଚନ କ୍ରିୟା ସୁଦୃଢ଼ କରିଥାନ୍ତି। ତା’ସହ ରୋଗ ପ୍ରତିରୋଧକ କ୍ଷମତା ପାଇଁ ମୂଳା ବରଦାନ ଭଳି କାମ କରିଥାଏ। ଦୈନନ୍ଦିନ ମୂଳା ଜୁସ୍‌ ସେବନ କଲେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ ଏବଂ ଚର୍ମଜନିତ କୌଣସି ସଂକ୍ରମଣ ସମସ୍ୟା ଥିଲେ ତାହା ଦୂର ହୋଇଯାଏ। କେବଳ ସେତିକି ନୁହେଁ, ମୂଳା ସେବନ ଦ୍ୱାରା କ୍ୟାନସର୍‌ ଭଳି ପ୍ରାଣଘାତକ ରୋଗରୁ ମଧ୍ୟ ଆରୋଗ୍ୟ ମିଳିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel