ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକଲା ଏବିଭିପି

ବ୍ରହ୍ମପୁର ଅଫିସ, ୨୭ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସ ଭୁଶୁଡ଼ିବା ଘଟଣାର ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପରେ ବି ତଦନ୍ତ ନେଇ କୌଣସି କମିଟି ଗଠନ କରାଯାଇ ନଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅଭିଯୋଗ କରିଛି ା ଏହା ପ୍ରତିବାଦରେ ଶୁକ୍ରବାର ଅପରାହ୍ନରେ ଏବିଭିପି ଭଞ୍ଜବିହାର ଶାଖା ପକ୍ଷରୁ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ା ହଷ୍ଟେଲଗୁଡିକର ସୁରକ୍ଷା ତଥା ରକ୍ଷଣାବେକ୍ଷଣ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଦ୍ୟାର୍ଥୀଙ୍କଠାରୁ ପ୍ରତିବର୍ଷ ୨୫୦୦ ରୁ ୩୦୦୦ ଟଙ୍କା ମଧ୍ୟରେ ଫି’ ନିଆଯାଉଛି ା କିନ୍ତୁ ସେହି ତୁଳନାରେ ହଷ୍ଟେଲଗୁଡିକର ମରାମତି କରାଯାଉନାହିଁ ା ଏଥିପାଇଁ ଦୁର୍ଘଟଣା ଘଟିଥିବା ପରିଷଦ ଅଭିଯୋଗ କରିଛି ା ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏଯାଏଁ ଉଚ୍ଚ ଶିକ୍ଷା ବିଭାଗ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବାରୁ ଏବିଭିପିର କର୍ମକର୍ତ୍ତାମାନେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ବିଶ୍ୱବିଦ୍ୟାଳୟ ପ୍ରମୁଖ ମାତାପ୍ରସାଦ ନାୟକ, ଜିଲା ସଂଯୋଜକ ସିଦ୍ଧାନ୍ତ ସୁମନ ଦାସ, ବିଶ୍ୱବିଦ୍ୟାଳୟ ଛାତ୍ର ନେତା ତୁତୁନ ପାତ୍ର,କୃଷ୍ଣଚନ୍ଦ୍ର ପୋଲାଇ, ହର୍ଷିିତ ରାଉଳ, ଅନନ୍ତ ପ୍ରଧାନ ,ନାରାୟଣ ସାହୁ, ଅରୁଣ ପ୍ରଧାନ ସାମିଲ ଥିଲେ ା

Share