ଉଚ୍ଚାୟୁକ୍ତଙ୍କୁ ପାକ୍‌ର ସମନ

ଇସ୍‌ଲାବାବାଦ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ନିଷ୍ପତ୍ତିକୁ ପାକିସ୍ତାନ ଦୃଢ଼ ବିରୋଧ କରିଛି। ପାକ୍‌ ବହିର୍ବ୍ୟାପାର ସଚିବ ସୋହେଲ ମହମ୍ମଦ ସୋମବାର ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରି ଇସ୍‌ଲାମାବାଦର ଦୃଢ଼ ବିରୋଧ ସମ୍ପର୍କରେ ଜଣାଇଦେଇଛନ୍ତି। ଜମ୍ମୁ-କଶ୍ମୀରରେ ଭାରତର ପଦକ୍ଷେପକୁ ପାକିସ୍ତାନ ବେଆଇନ ବୋଲି କହିବା ସହ ଏହାର ଦୃଢ଼ ନିନ୍ଦା କରିଛି। ଏହା ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ସୁରକ୍ଷା ପରିଷଦର ବିଭିନ୍ନ ପ୍ରସ୍ତାବର ଉଲ୍ଲଂଘନ ବୋଲି ପାକ୍‌ ବହିର୍ବ୍ୟାପାର ସଚିବ ଜଣାଇଛନ୍ତି।

Share