Categories: ବାଣିଜ୍ୟ

ଉଚ୍ଚ ଟିକସ ପ୍ରସଙ୍ଗ ପୁଣି ଉଠାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨-୨: ଭାରତ ଆମେରିକା ସାମଗ୍ରୀ ଉପରେ ବୃହତ୍‌ ପରିମାଣର ଟିସକ ଲାଗୁ କରୁଥିବାରୁ ଏହା ଦ୍ୱାରା ବାଣିଜ୍ୟ ପ୍ରଭାବିତ ହେଉଛି ବୋଲି ଭାରତ ଗସ୍ତ ପୂର୍ବରୁ ୟୁଏସ୍‌ ରାଷ୍ଟ୍ରପତି ଡୋନାଲ୍ଠ ଟ୍ରମ୍ପ ଶୁକ୍ରବାର କହିଛନ୍ତି। ଭାରତରେ ଆମେରିକା ପ୍ରଡକ୍ଟର ବିକ୍ରି ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ବୋଲି ଟ୍ରମ୍ପ କହିଛନ୍ତି। ଚଳିତ ମାସ ୨୪ ଏବଂ ୨୫ରେ ଟ୍ରମ୍ପ ଭାରତ ଗସ୍ତ କରୁଛନ୍ତି। ବାଣିଜ୍ୟ ସ୍ଥିତିକୁ ନେଇ ମୋଦିଙ୍କ ସହ ଆଲୋଚନା କରାଯିବ ବୋଲି କଲରାଡୋଠାରେ କିପ୍‌ ଆମେରିକା ଗ୍ରେଟ୍‌ କାର୍ଯ୍ୟକ୍ରମରେ ତାଙ୍କ ପ୍ରଶଂସଙ୍କୁ ଟ୍ରମ୍ପ କହିଥିଲେ। ଭାରତ ଆମେରିକା ପ୍ରଡକ୍ଟ ଉପରେ ସର୍ବାଧିକ ଟାରିଫ ଲଗାଉଛି। ଏହା ଦ୍ୱାରା ଆମେରିକା ପ୍ରଡକ୍ଟ ଉପରେ ଏହାର ବୋଝ ପଡୁଛି। ଏହା ଦ୍ୱାରା ବାଣିଜ୍ୟ ସର୍ବାଧିକ ପ୍ରଭାବିତ ହେଉଥିବା ସେ ମତ ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଗ୍ରସ୍ତ ସମୟରେ ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ଏବଂ ଚୁକ୍ତି ହେବାର ମଧ୍ୟ ସମ୍ଭାବନା ରହିଛି।

Share