Advertisement

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଖାଲି ପେଟରେ ଖାଆନ୍ତୁ ଦୁଇ କୋଲା ରସୁଣ

ରସୁଣ ଖାଇବାର ଫାଇଦା ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ୍‌ ପ୍ଲାନ୍‌ରେ ସାମିଲ କରିବା ଉଚିତ୍‌। କିନ୍ତୁ ସକାଳ ଓ ସନ୍ଧ୍ୟାରେ ଖାଲିପେଟରେ ରସୁଣ ଖାଇବା ଦ୍ୱାରା ବିଶେଷ ଲାଭ ମିଳିଥାଏ। ରସୁଣ ଖାଇବା ଦ୍ୱାରା ଉଚ୍ଚରକ୍ତଚାପରୁ ଆରାମ ମିଳିଥାଏ। କାରଣ ରସୁଣ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ନିୟନ୍ତ୍ରଣର କରିବାରେ ସାହାଯ୍ୟ କରିଥାଏ। ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ରୋଗୀ ଏହାର ସେବନ କରିବା ଉଚିତ୍‌। କେବଳ ସେତିକି ନୁହେଁ, ପେଟ ସହ ସମ୍ବନ୍ଧିତ ଯେକୌଣସି ସସସ୍ୟା ଥିଲେ ରସୁଣ ସେବନ ଦ୍ୱାରା ସେଥିରୁ ଉପଶମ ମିଳିଥାଏ। ଉଷୁମ ପାଣିରେ ରସୁଣ କୋଲାକୁ ପକାଇ ଏହି ପାଣିକୁ ଖାଲିପେଟରେ ପିଇଲେ ଗ୍ୟାସ୍‌ ଏବଂ କୋଷ୍ଠକାଠି୍ଯଯ ସମସ୍ୟାର ସମାଧାନ ହୋଇଥାଏ। ରସୁଣ ହୃତ୍‌ପିଣ୍ଡ ସହ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ରକ୍ତ ଜମାଟରୁ ମଧ୍ୟ ଏହା ରକ୍ଷାକରେ। ଖାଲିପେଟରେ ରସୁଣ ଚୋବାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share