ନିୟମିତ ଜୀବନଶୈଳୀ ଏବଂ ସନ୍ତୁଳିତ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ। ତେଣୁ କିଛି ଡାଏଟ୍ ପ୍ରତି ଧ୍ୟାନ ଦେଲେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେବ ନାହିଁ। ଜାଣନ୍ତୁ ଏ ସମ୍ପର୍କରେ…
ଗଜାଶସ୍ୟ:
ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ପ୍ରତିଦିନ ଗଜା ଶସ୍ୟ ଖାଆନ୍ତୁ। ମୁଗ, ବୁଟ, ମଟର ଆଦିକୁ ପାଣିରେ ପକାଇ ଏହାକୁ ଗଜା କରି ସକାଳେ ଖାଆନ୍ତୁ।
ସବୁଜ ପନିପରିବା:
ଉଚ୍ଚ ରକ୍ତଚାପ ରୋଗୀ ମଧ୍ୟାହ୍ନ ଏବଂ ରାତ୍ର ଭୋଜନରେ ସବୁଜପନିବାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ପ୍ରତିଦିନ କ୍ଷୀର ଏବଂ ଛେନା ଖାଆନ୍ତୁ। ଯେ କୌଣସି ନିଶାଦ୍ରବ୍ୟ ତୁରନ୍ତ ପରିହାର କରନ୍ତୁ।
ରୁଟି: ଚୋକଡ଼ଯୁକ୍ତ ଅଟାରେ ପ୍ରସ୍ତୁତ ରୁଟି ଖାଆନ୍ତୁ।
ଏତଦ୍ବ୍ୟତୀତ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କମ୍ ତେଲ ବ୍ୟବହାର କରନ୍ତୁ। କ୍ୟାଲ୍ସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଆଇରନ୍, ଫାଇବର, ଭିଟାମିନ୍ ସି ଯୁକ୍ତ ଖାଦ୍ୟ ପ୍ରଚୁର ପରିମାଣରେ ଖାଆନ୍ତୁ। ଯେପରିକ କମଳା, ଅଙ୍ଗୁର, ଲେମ୍ବୁ ଇତ୍ୟାଦି। ଏଥିସହିତ ଦୈନନ୍ଦିନ ୮/୧୦ ଗ୍ଲାସ ପାଣି ପିଅନ୍ତୁ।