ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌ରୁ ଦୂରେଇ ରହିବା ଲାଗି ସକାଳୁ କରନ୍ତୁନି ଏପରି …

ସକାଳେ ଉଠି ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଅନେକ ସକାଳେ ଉଠି ଇ-ମେଲ୍‌ କିମ୍ବା ମେସେଜ୍‌ ଚେକ୍‌ କରନ୍ତି। ମାତ୍ର ଏପରି ନ କରିବାକୁ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରି କଲେ ଶରୀରରେ ଅଧିକ ପରିମାଣର ଷ୍ଟ୍ରେସ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ରକ୍ତଚାପ ବୃଦ୍ଧି ପାଇବା ସହ ହାର୍ଟ ଆଟାକ୍‌ ସହିତ ଡାଇବେଟିସ୍‌ ହେବାର ଆଶଙ୍କା ରହିଥାଏ। ଏପରି କରୁଥିବା ବ୍ୟକ୍ତି ସର୍ବଦା ଚିନ୍ତାଗ୍ରସ୍ତ ରହିଥାନ୍ତି ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

Share