ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ଗ୍ରହଣ କରାଯାଇଥାଏ। ସେହିପରି ଖାଦ୍ୟପଦାର୍ଥ ଗ୍ରହଣରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଥାଏ। ତେବେ ଏସବୁ ସମସ୍ୟାରୁ ଦୂରେଇ ରହିବା ଲାଗି ଘରେ କୁକୁର ପାଳିଲେ ବେଶ୍‌ ଭଲ। କୁକୁର ସହିତ ପ୍ରତିଦିନ କିଛି ସମୟ ଖେଳାଖେଳି କଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ଫଳରେ ଉଚ୍ଚ ରକ୍ତଚାପ ସହିତ ହାର୍ଟଆଟାକ୍‌ ସମସ୍ୟା ଦୂର ହୋଇଥାଏ। ସେହିପରି ଯେଉଁମାନଙ୍କ ଘରେ କୁକୁର ରହିଥାଏ ସେମାନଙ୍କର ମାନସିକ ଚାପ ମଧ୍ୟ କମ୍‌ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

Share