ଉଚ୍ଚ ରକ୍ତଚାପ ଥିଲେ…

ଆଜିକାଲି ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟଧିକ ଚାପ, କ୍ରୋଧ, ଚିନ୍ତା ଏହି ରୋଗର କାରଣ। ତେବେ ଏସବୁ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଏକ ଉତ୍ତମ ଜୀବନଶୈଳୀର ଅଭ୍ୟାସ କରିବାକୁ ପଡେ। ତା’ଛଡା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଖାଦ୍ୟ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ। ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀ ଜାମୁକୋଳି, ପିସ୍ତା ବାଦାମ, କଦଳୀ, ବିଟ୍ସ, ଡାର୍କ ଚକୋଲେଟ୍‌, ତରଭୁଜ, ରସୁଣ ଏବଂ ଦହି ଖାଇବା ନିହାତି ଆବଶ୍ୟକ। ସେହିପରି ପ୍ରତ୍ୟେକ ଦିନ ସବୁଜ ପନିପରିବା ଖାଦ୍ୟରେ ସାମିଲ କଲେ ରକ୍ତଚାପ ନିୟନ୍ତ୍ରଣରେ ରହେ।