ଉଚ୍ଚ ରକ୍ତଚାପ ଯୋଗୁ ଚିନ୍ତିତ ଲୋକଙ୍କ ପାଇଁ ଦହି ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦହି ରକ୍ତରେ ନିର୍ମିତ ହେଉଥିବା କୋଲେଷ୍ଟରୋଲ୍ର ଅତ୍ୟଧିକ ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଯଦ୍ୱାରା ଶିରାପ୍ରଶିରାରେ ରକ୍ତପ୍ରବାହ ଉପରେ କୌଣସି ପ୍ରଭାବ ପଡ଼ିବ ନାହଁି ଏବଂ ହୃଦ୍ସ୍ପନ୍ଦନ ସଠିକ୍ ରହିବ। ଏକ ଗବେଷଣାରୁ ଜଣାପଡ଼ିଛି, ଦୀର୍ଘ ସମୟ ଧରି ଦହି ସେବନ କରୁଥିବା ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟାର ଆଶଙ୍କା କମ୍ ଥାଏ। ଯେଉଁମାନେ ପ୍ରତିଦିନ ନିଜ କ୍ୟାଲୋରୀର ମାତ୍ରାରେ ଅତିକମ୍ରେ ଦୁଇ ପ୍ରତିଶତ ଦହିରୁ ହାସଲ କରିଥାନ୍ତି, ସେମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଉପତ୍ନ୍ନ ହେବା ଆଶଙ୍କା ୩୧ ପ୍ରତିଶତ ହ୍ରାସ ପାଇଥାଏ। ଯଦି ଉଚ୍ଚ ରକ୍ତଚାପ ଅଧିକ ସମୟରୁ ରହିଆସୁଛି, ତେବେ ତୁରନ୍ତ ଡାକ୍ତର ପରାମର୍ଶ ଗ୍ରହଣ କରନ୍ତୁ। ଏହାବ୍ୟତୀତ ଦହିରେ ଅନ୍ୟ ରୋଗରୁ ଆରୋଗ୍ୟ ଲାଭ କରିବାର ଗୁଣ ମଧ୍ୟ ଭରପୂର୍ ରହିଛି। ଦହି ଦୈନନ୍ଦିନ ସେବନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗରୁ ରକ୍ଷା ମିଳିଥାଏ।