ଉଚ୍ଛେଦ ନ କରି ପଟ୍ଟା ଦେବାକୁ ଦାବି

ଫୁଲବାଣୀ ଅଫିସ, ୬ା୧୨- ଖଜୁରିପଡା ବ୍ଲକ ପାଖ ସୁରାଦେଇ ଗ୍ରାମରେ ସରକାରୀ ଜାଗା ଜବରଦଖଲ କରିଥିବା ୮୫ ପରିବାରକୁ ଉଚ୍ଛେଦ କରାଯିବ। ତେଣୁ ଜାଗା ଛାଡି ଚାଲି ଯିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତିି। ଏହାକୁ ବିରୋଧ କରି ଗ୍ରାମବାସୀ ଆସି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ା ଉଚ୍ଛେଦ ନ କରି ସ୍ଥାୟୀ ପ୍ରମାଣପତ୍ର ଭାବେ ପଟ୍ଟା ଦେବାକୁ ସେମାନେ ଦାବି କରିଛନ୍ତି ା ଆମ୍ଭେମାନେ ସୁରାଦେଇ ଗ୍ରାମରେ ଆଜକୁ ୨୫ ବର୍ଷ ହେବ ବସବାସ କରି ଆସୁଛୁ ା ଆମ ନାମରେ ଜବରଦଖଲ ମାମଲା ରୁଜୁ ହୋଇଛି। ଏ ବାବଦରେ ସରକାରଙ୍କୁ ଖଜଣା ଦେଉଛୁ ା ତହସିଲଦାର ଗତ ୨ ତାରିଖରେ ବେଦଖଲ ହେବାକୁ ନୋଟିସ୍‌ ଦେଇଛନ୍ତି ା ଆମ୍ଭେମାନେ ପିଲା ଛୁଆ ନେଇ ରହୁଛୁ ା ଆମ ଘରକୁ ବିପିଏଲ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ବେଦଖଲ କରାଗଲେ ପିଲା ଛୁଆଙ୍କୁ ନେଇ କୁଆଡେ ଯିବୁ ା ଆଉ କୌଣସିରେ ଆମ୍ଭର ଜମି ନାହିଁ ା ଦିନ ମଜୁରି ଲାଗି ପରିବାର ପ୍ରତିପୋଷଣ କରୁଛୁ ା ଆମ୍ଭକୁ ବେଦଖଲ ନ କରି ଜମି ପଟ୍ଟା ପ୍ରଦାନ କଲେ ଉପକୃତ ହେବୁ ବୋଲି ଗ୍ରାମବାସୀ ଅଲେଖ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ସାହାଣୀ, ଗୋଲାପ ରଣା, ପ୍ରସନ୍ନ ବେହେରା, ଗୀତାଞ୍ଜଳି ବେହେରା, ସରୋଜିନୀ ମୁଦୁଲି ଓ ଜାନକୀ ମହାରଣା ପ୍ରମୁଖ ପ୍ରକାଶ କରିଛନ୍ତି ା

Share