Categories: ଭଦ୍ରକ

ଉଚ୍ଛେଦ ବେଳେ ଭାଙ୍ଗିଲା ବିପ୍ଳବୀ କବିଙ୍କ ପ୍ରତିମୂର୍ତ୍ତି

ବାସୁଦେବପୁର,୨୧ା୭(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର ପ୍ରଶସ୍ତୀକରଣ ପାଇଁ ସୋମବାରଠାରୁ ବାସୁଦେବପୁର ମୁଖ୍ୟ ବଜାର ରାସ୍ତାର ଦୁଇପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଉଚ୍ଛେଦ କାର୍ଯ୍ୟ ବେଳେ ସହର ମଧ୍ୟଭାଗ ଏବି ହାଇସ୍କୁଲ ଛକରେ ଥିବା ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ କବି ବାଞ୍ଛାନିଧି ମହାନ୍ତିଙ୍କର ପ୍ରତିମୂର୍ତ୍ତି ଖଣ୍ଡ ବିଖଣ୍ଡତ ହୋଇ ଧରାଶାୟୀ ହୋଇଥିଲା। ପ୍ରଶାସନ ପକ୍ଷରୁ ଏହି ପ୍ରତିମୂର୍ତ୍ତି ଭଙ୍ଗାଯିବା ପରେ ଏହାର ପ୍ରତିଷ୍ଠାତା ବୈଲୋଚନ ଜେନା ଉକ୍ତ ସ୍ଥାନରେ ପହଞ୍ଚି ପ୍ରତିବାଦ କରିବା ସହ ଧାରଣାରେ ବସିରହିଥିଲେ। ଏପରି ଉଚ୍ଛେଦ ସ୍ବାଧୀନତା ସଂଗ୍ରାମୀ ଓ କବି ଜାତି ପ୍ରତି ଅସମ୍ମାନ ବୋଲି ସେ ଅଭିଯୋଗ କରିଥିଲେ। ଖବର ପାଇ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ଆଇଆଇସି ପ୍ରଦୀପ କୁମାର ମାଝୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ଧାରଣାରେ ବସିଥିବା ବୈଲୋଚନ ଜେନାଙ୍କୁ ବୁଝାଶୁଝା କରି ଧାରଣାରୁ ଉଠାଇବା ସହିତ ଆଗାମୀ ଦିନରେ ଉଚିତ୍‌ ସ୍ଥାନରେ ଏହି ପ୍ରତିମୂର୍ତ୍ତିକୁ ସ୍ଥାନିତ କରାଯିବ ବୋଲି କୁହାଯାଇଛି। ସେହିପରି ଭାବେ ଜବରଦଖଲ ଉଚ୍ଛେଦ ବେଳେ ମାତାଜୀ ମଠ ଓ ହାଇସ୍କୁଲଠାରେ ଥିବା ୨ଟି ଶିବ ମନ୍ଦିରକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଟ୍ରାଫିକ ଛକଠାରୁ ଚାଚେରି ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି। ୨୧୭ଟି ଉଠା ଦୋକାନ ଓ ଘର ଭଙ୍ଗାଯିବାକୁ ଲକ୍ଷ୍ୟ ରଖାଯାଇଛି।