ଉଚ୍ଛେଦ ଯୋଗୁ ଫାଟୁଛି ପାଖ ଘର

ପୁରୀ ଅଫିସ, ୩୦ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଭଙ୍ଗାଯାଉଛି। ତେବେ ଏହି ଉଚ୍ଛେଦକୁ ନେଇ ନୂଆ ଏକ ଘଟଣା ସାମ୍ନାକୁ ଆସିଛି। ଉଚ୍ଛେଦରେ ବ୍ୟବହୃତ ହେଉଛି ଉଚ୍ଚ କ୍ଷମତାସମ୍ପନ୍ନ ଜେସିବି ଏବଂ ବୁଲ୍‌ଡୋଜର। ଏହି ମେଶିନ ମାଡ଼ରେ ଥରିଯାଉଛି ସଂଲଗ୍ନ ଅଞ୍ଚଳ। ୭୫ ମିଟର ପରେ ଥିବା ଘରେ ବି ଫାଟ ସୃଷ୍ଟି ହେଉଛି। ଭାଇବ୍ରେଟ ଯୋଗୁ ଗୋଟିଏ କି ଦୁଇଟି ନୁହେଁ ଏକାଧିକ କୋଠା ଏବଂ ରାସ୍ତାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ତେବେ ସବୁଠୁ ପରିତାପର ବିଷୟ ହେଉଛି ଯେଉଁ ଲୋକଙ୍କର ଘର ଫାଟୁଛି ଏବଂ ଯାହାର ଅଧା ଭାଙ୍ଗୁଛି ସେମାନେ ମରାମତି କିମ୍ବା ନିର୍ମାଣ କରିବାକୁ ଚାହୁଁଥିଲେ ବି କରିପାରୁ ନାହାନ୍ତି। ଏଥିପାଇଁ ଦରକାର ପଡୁଛି ଅନୁମତି। ୧୦୦ ମିଟର ଭିତରେ କିଛି ବି କଲେ ଏଏସ୍‌ଆଇଠାରୁ ଅନୁମତି ଆଣିବା ଦରକାର ବୋଲି ପ୍ରଶାସନ କହୁଛି। ଏହା ଏବେ ପାଖ ପଡୋଶୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କିଭଳି ବିପଦପୂର୍ଣ୍ଣ ଘରେ ରହିବେ ତାହାକୁ ନେଇ ସେମାନେ ଚିନ୍ତାରେ ପଡ଼ିିଛନ୍ତି।
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସହ ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ର ପାଇଁ ନିର୍ମାଣ ହେବ ସୁରକ୍ଷା ବଳୟ। ସେଥିପାଇଁ ସୁରକ୍ଷା ଜୋନରେ ଜୋର୍‌ଦାର ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ବୁଲୁଛି ବୁଲ୍‌ଡୋଜର। ଉଚ୍ଚକ୍ଷମତା ସମ୍ପନ୍ନ ବୁଲ୍‌ଡୋଜର ସହ ଡ୍ରିଲ ମେଶିନ, ଜେସିବି ଆଦି ମାଡ଼ରେ ଥରିଉଠୁଛି ଉଚ୍ଛେଦ ସଂଲଗ୍ନ ଅଞ୍ଚଳ। ୭୫ମିଟର କଡ଼ରେ ଥିବା ଘରଗୁଡ଼ିକରେ ଫାଟ ସୃଷ୍ଟି ହେଉଛି। ଗଡ଼ନ୍ତି ଛକ ନିକଟ ହୋମିଓପାଥିକ ଡାକ୍ତର କୃପାସିନ୍ଧୁ ଦାଶଙ୍କ ଘର ୭୫ ମିଟର ପରେ ରହିଛି। କିନ୍ତୁ ପାଖ ଘର ଭଙ୍ଗା ସମୟରେ ବୁଲ୍‌ଡୋଜର ମାଡ଼ରେ ତାଙ୍କ ଘରେ ଫାଟ ସୃଷ୍ଟି ହୋଇଛି। ଏହିଭଳି ଏକାଧିକ ଘର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସବୁଠୁ ପରିତାପର ବିଷୟ ହେଉଛି ସେମାନେ ଚାହିଁଲେ ବି ତାଙ୍କ ଘର ମରାମତି କରିପାରୁ ନାହାନ୍ତି। ଏଥିରେ ବାଧକ ସାଜିଛି ଏଏସ୍‌ଆଇର ନିୟମ। ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ନିର୍ମାଣ ପାଇଁ ଅନୁମତି ଦରକାର। ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କୁ ଏହା କୁହାଯାଇଥିବା ଜଣାପଡ଼ିିଛି। ତେଣୁ ସେମାନେ ଘର ମରାମତି କିମ୍ବା ନିର୍ମାଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନଙ୍କ ଘରର କିଛି ଅଂଶ ୭୫ ମିଟର ମଧ୍ୟରେ ରହିଛି ସେମାନେ ପ୍ରଶାସନ ଭାଙ୍ଗିବା ପୂର୍ବରୁ ନିଜେ ଲୋକ ଲଗାଇ ହାତରେ ଭାଙ୍ଗିବାକୁ ଉଚିତ ମଣୁଛନ୍ତି। କାରଣ ପ୍ରଶାସନ ବୁଲ୍‌ଡୋଜର, ଜେସିବି ଦ୍ୱାରା ଭାଙ୍ଗିଲେ ତାଙ୍କ ଘରର ଅନ୍ୟ ଅଂଶ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଥିବାରୁ ସେମାନେ ଲୋକ ଲଗାଇ ଭାଙ୍ଗୁଛନ୍ତି। ୭୫ ମିଟର ଉଚ୍ଛେଦ ପରେ ରହିଯାଇଥିବା ଭଗ୍ନ ଅଂଶକୁ ମରାମତି ବା ନିର୍ମାଣ ପାଇଁ ଏଏସ୍‌ଆଇର ଅନୁମତି ଏବେ ଅଡୁଆ ସାଜିଛି। ଏ ନେଇ ପାଖ ପଡୋଶୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, କେତେକ ଲୋକ ଏହାକୁ ଆଳ କରି ନୂଆ ନିର୍ମାଣ କରିବାକୁ ଚାହୁଁଛନ୍ତି । ତେଣୁ ସେମାନଙ୍କୁ ଏଏସ୍‌ଆଇ ଏବଂ ପିକେଡିଏଠାରୁ ଅନୁମତି ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ: ୮ ସ୍ଥାନରେ ଏକକାଳୀନ ଚଢାଉ

କୋରାପୁର,୨୬।୧୨(ଅମିତାଭ ବେହେରା): କୋରାପୁଟ ଜିଲା ବୋରିଗୁମ୍ମା ତହସିଲ ଏଆର୍‌ଆଇ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଆର୍‌ଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ...

ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍‌ବୋର୍ଡ ପାର୍ଟି କୁହାଯାଉଥିଲା,ଆଉ ଏବେ…

ଭୁବନେଶ୍ୱର, ୨୬ା୧୨(ସୁନିତ୍‌ ମିଶ୍ର):ସମୟ ଥିଲା ଦିନେ ଓଡ଼ିଶାରେ ଭାଜପାକୁ  ସାଇନ୍‌ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଛି। ରାଜ୍ୟରେ...

୩୦ ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଚାପି ହୋଇଗଲେ ଚାଳକ

ନୟାଗଡ଼,୨୬ା୧୨(ଲୋକନାଥ ମିଶ୍ର): ନୟାଗଡ଼ଠାରେ ଗୁରୁବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ ଯେ, ବିଶାଖାପାଟଣାରୁ ସିମେଣ୍ଟ...

ଜାନୁଆରୀରୁ ଚାଷୀ ପଞ୍ଜୀକରଣ, ଚିହ୍ନଟ ହେବେ ଅଣଚାଷୀ

ଭୁବନେଶ୍ୱର, ୨୬ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ଯେଉଁ ଅଣଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ଲାଭ ଉଠାଉଛନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ। ରାଜ୍ୟ ସରକାର ଏବେ ଉପଯୁକ୍ତ ଚାଷୀଙ୍କୁ ଚିହ୍ନଟକରିବା...

ଲଘୁଚାପ ବର୍ଷାରେ ଭିଜୁଛି ପାଚିଲା ଧାନ

ମହାକାଳପଡ଼ା,୨୬ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଚିଲା ଧାନ ବର୍ଷାରେ ଭିଜୁଛି। ବର୍ଷକ ପାଇଁ ଉପାର୍ଜିତ ହୋଇଥିବା ଧାନ...

ବିଲରେ ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଚାଷୀ

ଡେରାବିଶ,୨୬ା୧୨(ବେବର୍ତ୍ତା ଅଜୟ ଦାସ):ପୁରୀ ଜିଲା ସତ୍ୟବାଦୀ ବ୍ଲକ୍‌ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଡୁଙ୍ଗର ଗ୍ରାମର ଜଣେ ଚାଷୀ ଉଜୁଡ଼ା ଫସଲ ଦେଖି ବିଲରେ ଟଳି ପଡିଥିଲେ।...

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏହି ଦିନଠାରୁ କମିବ ବର୍ଷା, ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ଆଜିଠୁ ବର୍ଷା କମିବାକୁ ଥିବା ବେଳେ କାଲିଠୁ ସମ୍ପର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷ କରି...

ଭିଜିଲା ଧାନ, ଚିନ୍ତାରେ ଚାଷୀ

ଭବାନୀପାଟଣା/କୋକସରା/କର୍ଲାମୁଣ୍ଡା/ରୁପ୍ରାରୋଡ, ୨୬।୧୨(ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ପ୍ରଦୀପ କୁମାର ସାହୁ/ ସଞ୍ଜିବ ଦାସ):କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାଠାରୁ ଲାଗି ରହିଛି ଲଘୁଚାପ ବର୍ଷା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri