ଉଚ୍ଛେଦ ହେବ ସ୍ୟାଟ୍‌

ଭୁବନେଶ୍ୱର୬।୮(ବ୍ୟୁରୋ): କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌)କୁ ଉଚ୍ଛେଦ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର ଏନେଇ ହାଇକୋର୍ଟଙ୍କ ସହ ପୂର୍ବରୁ ବିଚାରବିମର୍ଶ କରିସାରିଥିଲେ। ଏଥିସହିତ ବିତ୍ତୀୟ ସହମତି ମଧ୍ୟ ପ୍ରକାଶ ପାଇଥିଲା। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏ ସଂକ୍ରାନ୍ତରେ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଗତ ୨ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ପ୍ରଶାସନିକସ୍ତରରେ ବିଭିନ୍ନ ମାମଲାର ବିଚାର ସ୍ୟାଟ୍‌ରେ କରାଯାଉଛି।

Share