ଉଚ ଚିକିଛା ଲାଗି ଟଁକା ଅଭାବ୍‌: ଦିହି ସାରା ଆବୁ, ଦୁଖ୍‌ ପାଉଛନ୍‌ ପୁତୁନି

ପଲମ, ୧୮।୯ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୁଡ଼ିଙ୍ଗ ପଁଚେତ୍‌ ଅଧୀନ ମସ୍କାଦାଣ୍ଡି ଗଁାର ଡମ ମାଝିକଁର ମାଏକିନା ପୁତୁନି ମାଝି(୫୧)। ତାକର ଦିହିସାରା ଆବୁ ବାହାରିଛେ, ଯେନ୍‌ଥିରଲାଗି ସେ ବହୁତ୍‌ ଦୁଖ୍‌ ପାଉଛନ୍‌। ହେଲେ ଟଁକା ପଏସା ଅଭାବୁ ସେ ଚିକିଛା କରେଇ ନାଇଁ ପାରବାର।
ସୂଚନା ଅନ୍‌ସାରେ ମସ୍କାଦାଣ୍ଡି ଗଁାର ଡମ ମାଝିକଁର ପରିବାର କହେଲେ ମାଏକିନା ପୁତୁନି ଆର ଦୁଇ ଝି’କେ ନେଇ ତାକର ସଁସାର। ଦୁଖେସୁଖେ ଡମ ବଡ଼ ଝି’କେ ବିହାଚୁରା କରିସାରିଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଡମ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଘରର ଦରିଦିରିଆ ପରିସ୍ଥିତି ଲାଗି ସେ ମାଏକିନା ପୁତୁନିର ଚିକିଛା କରେଇ ନାଇଁ ପାରବାର। ପୁତୁନିକଁର କହେବାର ହିସାବେ ତାହାକୁ ୧୨ ବଛର ହେଇଥିଲାବେଲେ ଦିହେ କେନ୍‌ନେ କେନ୍‌ତା ଗୁଟେ ଗୁଟେ ଆବୁ ବାହାରିଥିଲା। ୧୯ ବଛର ବଏସ୍‌ରେ ସେ ଡମକୁଁ ବିହା ହେଇଥିଲେ। ପଛେ ତାକର ଦୁଇଟା ଝି’ ହେଲେ। ଝି’ମାନେ ଜନମ୍‌ ହେଲା ଉତାରୁ ଦିନୁଦିନ୍‌କେ ପୁତୁନିର ଦିହିସାରା ଆବୁ ବାହାରିଥିଲା। ଇଥିରଲାଗି ସେ ବଡ଼ା ଦୁଖ୍‌ ପାଏବାର ସଂଗେ ଲୋକ୍‌ ବି ତାହାକୁ ତେଢ଼ା ନଜରରେ ଦେଖୁଛନ୍‌। ଏନ୍‌ତାଥି ଡମ ଲାଗ୍‌ବାଡ଼ି କରି ପୁତୁନିର ଚିକିଛା କରେଇ ନିରାଶ ହେଲେ। ଟଁକା ପଏସା ଅଭାବୁ ଏହେଦେ ସେ ପୁତୁନିର ଉଚ ଚିକିଛା କରେଇ ନାଇଁ ପାରବାର। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୧୫ କେ.ଜି. ଚାଉଲ ଆର ପୁତୁନି ପାଉଥିବାର ୫ଶହ ଟଁକା ଭତା ନ ସାହାଭରସା। ଇ ଅସାହା ପରିବାର ଉପରେ ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗ ଦୁରୁଷ୍‌ଟି ଦେଇ ପୁତୁନିକୁଁ ଚିକିଛା ସାହାଯ୍‌ ସଂଗେ ପରିବାରକେ ଉନିଆ ସବୁ ସରକାରୀ ସୁବିଧା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।