ଉଚ ଚିକିଛା ଲାଗି ଟଁକା ଅଭାବ୍‌: ୧୨ ବଛର ହେଲା ଖଟେ ପଡ଼ିଛନ୍‌ ଦ୍ରୌପଦୀ

ଭବାନୀପାଟଣା,୨୪।୮(ସ୍ବ.ପ୍ର):
ଦିନେ ନୁହେ କି ଦୁଇ ଦିନ ନୁହେ, ଗଲା ୧୨ ବଛର ହେଲା ଅଜନା ରୋଗ୍‌ରେ ଖଟେ ପଡ଼ି ଅସାହା ଜୀବନ୍‌ ବିତଉଛନ୍‌ ଦ୍ରୌପଦୀ ମାଝି(୧୪)। ଇ ବଏସେ ସେ ପାଠ୍‌ପଢ଼ା ସଂଗେ ସାଂଗସାଥିକର ସଂଗେ ଖେଲକୁଦରେ ସମିଆ ବିତାବାର କଥା। ହେଲେ ଅଜନା ରୋଗ୍‌ ପରଭାବରେ ସେ ସବୁବେଲେ ଖଟେ ପଡ଼ିରହିଛନ୍‌। ଦ୍ରୌପଦୀକେ କାଏଁ ରୋଗ୍‌ ହେଇଛେ ସେଟା ଡାକ୍‌ତର ବି ଫଟିକ୍‌ କହି ନାଇଁପାରବାର। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଥୁଆମୂଲ ରାମପୁର ବ୍ଲକ ପାଡ଼େପଦର ପଁଚେତ୍‌ ସାନଛତ୍ରଙ୍ଗ ଗଁାରେ।
ସୂଚନା ହିସାବେ ସାନଛତ୍ରଙ୍ଗ ଗଁାର ହାମଡ଼ୁ ମାଝି ଆର ସୀତାମଣିକଁର ମଝିଅଁା ଝି’ ଦ୍ରୌପଦୀ ଗଲା ୧୨ ବଛର ହେଲା ଅଜଣା ରୋଗ୍‌ରେ ପୀଡ଼ିତ ହେଇ ଖଟେ ପଡ଼ି ରହିଛନ୍‌। ଛୁଆବେଲେ ତାକର ଇ ଲକ୍ଷନ ଦେଖଲା ଉତାରୁ ମା’ବାପ୍‌ ତାହାକୁ ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନାକେ ଚିକିଛା ଲାଗି ନେଇଥିଲେ। ହେଲେ ଡାକ୍‌ତର ଦ୍ରୌପଦୀର କାଣା ହେଇଛେ ଫଟିକ୍‌ କହି ନାଇଁପାରଲେ। ଯେନ୍‌ଥିରଲାଗି ଗରିବ୍‌ ମା’ବାପ୍‌ ଦ୍ରୋପଦୀକେ ଧରି ଘରକେ ଫିରି ଆଏଲେ। ଦିନୁଦିନ୍‌କେ ରୋଗ୍‌ ପରଭାବରେ ଦ୍ରୌପଦୀ ଦୁରବଲ ହେଇଯିବାର ସଂଗେ ତାକର ଗୋଡ଼ହାତ୍‌ ସଁପୁର ହେଇ ସେ ଉଠିବସି ନାଇଁପାରଲେ। ପଛେ ପଛେ ଆହୁରି ଦୁରବଲ ହେଇ ସେ ଠିକ୍‌ ହିସାବେ କଥାବାରତା ବି କରି ନାଇଁପାରଲେ। ଶେଷେ ଖଟ୍‌ ନ ତାକର ସାହାଭରସା ପାଲଟିଥିଲା। ଜନ୍‌ମୁ ସୀତାମଣି ଦ୍ରୌପଦୀର ଖାଏବା ପିଇବାରନୁ ଆରମ୍‌ କରି ସବୁ କାଯ୍‌ ତୁଲଉଛନ୍‌। ଇଆଡ଼େ ବାପ୍‌ ହାମଡ଼ୁ ଫିଦିନ୍‌ କୁଲି ମଜୁରି କଲେ ଯାଇ ଘରର ଚୁଲି ଜଲୁଛେ। ପରିବାରର ପେଟ୍‌ ପାଲବାର ଲାଗି ହେଲେ ହାମଡ଼ୁକୁଁ ଫିଦିନ୍‌ ଯୁଝ୍‌ବାକେ ପଡ଼ୁଛେ। ଏନ୍‌ତାଥି ଟଁକା ପଏସା ଅଭାବୁ ଆମେ ଝି’ ଉଚ ଚିକିଛା କଥା ଚିନ୍‌ତା ବି କରି ନାଇଁ ପାରବାର ବଲି ଦ୍ରୌପଦୀର ମା’ବାପ୍‌ କହିଛନ୍‌। ଯେତେ ଜଲଦି ହେବା ଜିଲା ପରଶାସନ ଇ ଦୁଖି ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ଦ୍ରୌପଦୀକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଡା.ବନଲତା ଦାଶକୁଁ ପଚରାଲାରୁ ବହୁତ୍‌ ଜଲଦି ଇ ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।