ଉଚ ଶିକ୍ଷାରୁ ବଁଚିତ୍‌ ଜ୍ୟୋତିଜୟା ଘଟଣା: କୋମନା କଲେଜରେ ନାଁ ଲେଖାଲେ ଜ୍ୟୋତିଜୟା

କୋମନା, ୧୧ା୯ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଗରିବ ଛାତ୍ରୀ ଜ୍ୟୋତିଜୟା ପାତ୍ର ଟଁକା ଅଭାବୁ ଉଚ ଶିକ୍ଷାରୁ ବଁଚିତ୍‌ ହେଇ ରହିଥିଲେ। ଇଥିରଲାଗି ଜ୍ୟୋତିଜୟାକଁର ମା’ ଝି’ର ପାଠ୍‌ପଢ଼ା ସାହାଯ୍‌ ଲାଗି ଅଂଲରେ ଅନେକ୍‌ ସହୁରୁଦ୍‌ ଲୁକ୍‌କୁ ଗୁହାରି କରି ନିରାଶ ହେଇଥିଲେ। ଇ ବାବ୍‌ଦେ ଗଲା ଅଗଷ୍ଟ ୨୨ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଟଁକା ପଏସା ଅଭାବ୍‌: ଉଚ ଶିକ୍ଷାରୁ ବଁଚିତ୍‌ ଜ୍ୟୋତିଜୟା’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବରଗଡ଼ ଜିଲାର ଝନେ ସାମାଜିକ କରମୀ ଦିବସ କୁମାର ସାହୁ ସିଏମ୍‌ଓ ଓଡ଼ିଶା, ଜିଲାପାଲ ନୂଆପଡ଼ାକୁଁ ଟୁଇଟ୍‌ କରି ଜ୍ୟୋତିଜୟାର ଉଚ ଶିକ୍ଷା ଲାଗି ସାହାଯ୍‌ ଯୁଗେଇ ଦେବାକେ ନିବେଦନ କରିଥିଲେ। ହେଲେ ଏଭ୍‌ତକ ଜ୍ୟୋତିଜୟାକୁଁ କେହେନ୍‌ସି ପରକାର ସରକାରୀ ସାହାଯ୍‌ ନାଇଁ ମିଲିଥିଲାବେଲେ ଅଂଚଲର କେତେ ସହୁରୁଦ୍‌ ଲୋକ୍‌ ସହଯୋଗର ହାତ୍‌ ବଢ଼େଇଥିବାର ଜନାଯାଇଛେ। ବୁଦ୍ଧିକୋମନା କଲେଜର ଅଧ୍ୟାପକ ରାଜକୁମାର ସୁନାନି ଜ୍ୟୋତିଜୟାକୁଁ ଉଚ ଶିକ୍ଷା ଲାଗି ୬ ହଜାର ଟଁକା ସାହାଯ୍‌ ଦେଇଛନ୍‌। ସେନ୍‌ତା କୋମନା ଗୋଷ୍ଠୀ ଶିକ୍ଷା ଅଧ୍‌କାରୀକଁର କାର୍ଯ୍ୟାଲୟର କରମ୍‌ଚାରୀମାନକର ସହଯୋଗରେ ମଙ୍ଗଲବାର କୋମନା ପଁଚେତ୍‌ ସମିତି ଡିଗ୍ରୀ କଲେଜରେ ଜ୍ୟୋତିଜୟାକଁର ନଁା ଲେଖାଯାଇଥିବାର ଜନାଯାଇଛେ। ଝି’ର ପାଠ୍‌ପଢ଼ା ଲାଗି ସହଯୋଗ କରିଥିବାର ସହୁରୁଦ୍‌ ଲୋକ୍‌ମାନକୁ ଜ୍ୟୋତିଜୟାକଁର ମା’ ଧଏନ୍‌ବାଦ ଜନେଇଛନ୍‌। ସେନ୍‌ତା ଧରିତ୍ରୀ ଖବର କାଗଜ ତାକର ଦୁଖ ଲୋକ୍‌ଲୋଚନକେ ଆନ୍‌ଲା ଉତାରୁ ଝି’ ପାଠ୍‌ପଢ଼ା ଲାଗି ସାହାଯ୍‌ ପାଇଛେ। ସେଥିରଲାଗି ଧରିତ୍ରୀ ପରିବାରକେ ବି ଜ୍ୟୋତିଜୟାକଁର ମା’ କୃତଜ୍ଞତା ଜନେଇଛନ୍‌। ଇଆଡ଼େ ସରକାର ଟି-୫ ଅନ୍‌ସାରେ ଜନସାଧାରନକଁର ସବୁ ସମସିଆର ସମାଧାନ କରୁଥିବାର ଡିଂଗ୍‌ରା ପିଟୁଛନ୍‌। ହେଲେ ଜ୍ୟୋତିଜୟା ଏଭ୍‌ତକ ପରଶାସନନୁ ଫଟା କଉଡ଼ିଟେ ସାହାଯ୍‌ ନାଇଁ ପାଏବାର ଲାଗି ଦୁଖିତ ଅଛନ୍‌।