ନୂଆଦିଲ୍ଲୀ,୧୯।୮: ଆଗକୁ ଅଛି ଜନ୍ମାଷ୍ଟମୀ। ହେଲେ ଏବେଠାରୁ ଉଛୁଳିଲାଣି ଯମୁନା। ଲଗାଣ ବର୍ଷା ଫଳରେ ଯମୁନା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଉ ଯମୁନା ଯହି ରୋଷ କରେ ତେବେ ୪୦ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ସବୁଠାରୁ ବଡ଼ ବନ୍ୟା ହେବ ବୋଲି କୁହାଯାଉଛି। ଏବେଠାରୁ ଯମୁନା ଉପରେ ନିର୍ମାଣ କରାଯାଇଥିବା ପୁରୁଣା ଲୁହାପୋଲକୁ ଯାତାୟାତ ଲାଗି ବନ୍ଦ କରି ଦିଆଯାଇଛି। ଏପଟେ ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଜରୁରୀ ବୈଠକ ଡକାଇଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।