‘ଉଜଡା ଚମନ’କୁ ଅଜୟଙ୍କ ସମର୍ଥନ, ନଭେମ୍ବର ପହିଲାରେ ପରଦାକୁ ଆସିବ

ମୁମ୍ବାଇ: ସମାନ ଧରଣର କାହାଣୀ ଉପରେ ପର୍ଯ୍ୟବେଶିତ ଦୁଇ ବଲିଉଡ୍‌ ଫିଲ୍ମ ‘ଉଜଡା ଚମନ’ ଏବଂ ‘ବାଲା’ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଭିନ୍ନ ମୋଡ ନେଉଛି। ପ୍ରଥମେ ଉଭୟ ଚଳଚ୍ଚିତ୍ରର ରିଲିଜକୁ ନେଇ ଆରମ୍ଭ ହୋଇଥିବା ତିକ୍ତତା କୋର୍ଟରେ ପହଞ୍ଚିଥିଲା। ‘ଉଜଡା ଚମନ୍‌’ର ନିର୍ମାତା ଫିଲ୍ମର ରିଲିଜ ତାରିଖ ୮ ନଭେମ୍ବର କରିବା ପରେ ‘ବାଲା’ର ନିର୍ମାତା ଏହାକୁ ୭ ନଭେମ୍ବର କରିଥିଲେ। ଏବେ କିଛି ସୁପରଷ୍ଟାର ‘ଉଡତା ଚମନ୍‌’ ସମର୍ଥନରେ ଆସୁଥିବା ଦେଖିବାକୁ ମିଳୁଥିବା ବେଳେ ଏହାର ରିଲିଜ୍‌ ତାରିଖକୁ ପୁଣି ପରିବର୍ତ୍ତନ କରାଯାଇ ନଭେମ୍ବର ପହିଲା କରାଯାଇଛି।

ଫିଲ୍ମର ନୂଆ ପୋଷ୍ଟରରେ ଅଜୟ ଦେବଗନଙ୍କୁ ନାୟକଙ୍କ ସହ ଦେଖିବାକୁ ମିଳୁଛି। ଅଜୟ ନିଜେ ମଧ୍ୟ ପୋଷ୍ଟରକୁ ଟୁଇଟ୍‌ କରିଛନ୍ତି। ତେବେ ଫିଲ୍ମରେ ଅଭିଷେକ ପାଠକ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି। ଅଭିଷେକଙ୍କ ବାପା କୁମାର ମଙ୍ଗତ ଅଜୟଙ୍କ ପୁରୁଣା ବନ୍ଧୁ। ଏଣୁ ଅଜୟ ଫିଲ୍ମର ସପକ୍ଷରେ ଆସିଥିବା କୁହାଯାଉଛି।
ତେବେ ଉଡତା ଚମନ ଜଣେ ଲଣ୍ଡା ଯୁବକଙ୍କ କାହାଣୀ, ଖୁବ୍‌ କମ୍‌ ବୟସରେ ଯିଏ ଚନ୍ଦାପଣର ଶିକାର ହୋଇଛନ୍ତି। ଏହାପରେ ତାଙ୍କ ଜୀବନରେ କି’ ପରିବର୍ତ୍ତନ ଘଟିଛି ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ।

Share