Categories: ଜାତୀୟ

ଉଜୁଡ଼ା କ୍ଷେତକୁ ସଜଡ଼ା ଯୋଜନା: ଟିଭି ତର୍କ-ବିତର୍କରେ ମାସେ ଯାଏଁ ଯୋଗ ଦେବେନି କଂଗ୍ରେସ ପ୍ରବକ୍ତା

ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସ ପକ୍ଷରୁ ଏହାର ପ୍ରବକ୍ତାଙ୍କ ଉଦ୍ଦେଶ୍ୟରେ ଜାରି ହୋଇଛି ନୂଆ ନିର୍ଦ୍ଦେଶ। ଏକ ମାସ ପର୍ଯ୍ୟନ୍ତ ସମସ୍ତ ପ୍ରବକ୍ତାଙ୍କୁ ଟିଭି ତର୍କ-ବିତର୍କରେ ଯୋଗ ଦେବାକୁ ମନା କରାଯାଇଛି। ଏତେ ଶୀଘ୍ର ମୋଦି ସରକାର ବିରୋଧରେ ଟିଭିରେ କହିଲେ ଏହାକୁ ହୁଏତ ଲୋକେ ପସନ୍ଦ କରି ନ ପାରନ୍ତି ବୋଲି ଆଶଙ୍କା କରି ଦଳ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି ହୋଇଥିବା କୁହାଯାଉଛି। ଏନେଇ କଂଗ୍ରେସ ମିଡ଼ିଆ ମୁଖ୍ୟ ରଣଦୀପ୍‌ ସିଂ ସୁରେଜଓ୍ବାଲ ଟୁଇଟ୍‌ କରି ଜଣାଇଛନ୍ତି।

Share