Categories: ବାଣିଜ୍ୟ

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମିଳିବ ୩ ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ,୨୭। ୩: ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଏପ୍ରିଲ ମାସଠାରୁ ଜୁନ ଯାଏ ୩ ମାଗଣା ସିଲିଣ୍ଡର ଉପଲବ୍ଧ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଗୁରୁବାର ସ୍ପଷ୍ଟ କରାଯାଇଛି। ଏହିି ପଦକ୍ଷେପ ଦ୍ୱାରା ରାଜକୋଷକୁ ୧୩ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। କରୋନା ଭାଇରସ ବ୍ୟାପିବା ଯୋଗୁ ଏବେ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଏଭଳି ପଦକ୍ଷେପ ଲୋକଙ୍କ ଲାଗି ମଙ୍ଗଳକାରୀ ହୋଇପାରିବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଗ୍ରାମୀଣ,ସହରାଞ୍ଚଳ ଗରୀବ, କୃଷକ, ସ୍ବାସ୍ଥ୍ୟ କର୍ମୀ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ ଧ୍ୟାନରେ ରଖି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ୨୦୧୬ରେ ଆସିଥିବା ଉଜ୍ଜ୍ୱଳା ଯୋଜନାରେ ସରକାର ୮ କୋଟି ହିତାଧିକାରୀଙ୍କୁ ଏଲପିଜି ବଣ୍ଟନ କରୁଛନ୍ତି।

Share