ଉଜ୍ଜ୍ୱଳ ତ୍ୱଚା ଲାଗି ପାଣିରେ ମିଶାଇ ପିଅନ୍ତୁ ଏସବୁ ଜିନିଷ

ବର୍ତ୍ତମାନ ଜୀବନଶୈଳୀ ଓ ଖାଦ୍ୟପେୟ ଅନେକ ସମସ୍ୟା ସୃଷ୍ଟି କରୁଛି। ସେଥିମଧ୍ୟରୁ ମୁହଁରେ ଦାଗ ଅନ୍ୟତମ। ଅନେକ ସମୟରେ ଖାଦ୍ୟପେୟଜନିତ ଅବହେଳା ଲାଗି ବ୍ରଣ ଉଠି କଳାଦାଗ ହୋଇଥାଏ। ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଥିବା ଆଜିର ଯୁବପିଢ଼ି ଏହି ସମସ୍ୟାକୁ ନେଇ ବେଶ୍‌ ଚିନ୍ତିତ। ତେବେ ଏଥିରୁ ରକ୍ଷା ପାଇବା ଲାଗି ସେମାନେ ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି। ଆଉ କେହି କେହି ଘରୋଇ ଉପଚାର ମଧ୍ୟ କରିଥାନ୍ତି। ମାତ୍ର ବେଳେବେଳେ ଏହା ମଧ୍ୟ କାମ ଦେଇ ନ ଥାଏ। ଯଦି ଆପଣ ଭଲ ଚିକ୍କଣ ତ୍ୱଚା ଚାହୁଁଛନ୍ତି ତେବେ ଏପରି କରନ୍ତୁ।

ଚିଆ ମଞ୍ଜି
ଏହା ତୁଳସୀ ପ୍ରଜାତିର ଏକ ମଞ୍ଜି । ଏହି ମଞ୍ଜିରେ ବହୁ ପରିମାଣର ଆଲ୍‌ଫା ଲିପୋଏକ୍‌ ଏସିଡ୍‌ ଥାଏ, ଯାହା ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ ହୋଇଥାଏ। ଏହା ଚର୍ମ କୁଞ୍ଚନକୁ ଦୂର କରିବା ସହ କଳାଦାଗ ଲିଭାଇବାରେ ସାହାଯ୍ୟକରେ। ଏହା ବ୍ୟତୀତ ଚିଆ ମଞ୍ଜିରେ ଓମେଗା ଏବଂ ଓମେଗା ଫ୍ୟାଟି ଏସିଡ୍‌ ଥାଏ, ଯାହା ତ୍ୱଚାକୁ ସୁନ୍ଦର କରିଥାଏ। ଏହାକୁ ପାଣିରେ ମିଶାଇ ପିଇଲେ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

ପୁଦିନା
ପୁଦିନା ପାଣି ପେଟ ସଫାକରି ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇଥାଏ। ଏହା ପେଟ ସମସ୍ୟାକୁ ଦୂରକରୁଥିବା ବେଳେ ଉଜ୍ଜ୍ୱଳ ତ୍ୱଚା ଲାଗି ମଧ୍ୟ ଗୁଣକାରୀ। ତେବେ ଆପଣ ଏହି ପାଣିକୁ ପ୍ରତିଦିନ ପିଇବା ଫଳରେ ମୁହଁ ଦାଗ, ବ୍ରଣ ସମସ୍ୟା ଦୂରହୁଏ।

ଡାଳଚିନି
ପାଣିକୁ ଫୁଟାଇ ସେଥିରେ କିଛି ଡାଳଚିନି ପାଉଡର ମିଶାଇ ଦିଅନ୍ତୁ । ପରେ ଏହାକୁ ଛାଣି ପିଇବା ଫଳରେ ମୁହଁ ଦାଗ ସମସ୍ୟା ଦୂରହୋଇଥାଏ। ଏହା ସହ ରକ୍ତ ସଞ୍ଚାଳନ ପ୍ରକ୍ରିୟାରେ ଉନ୍ନତି ଘଟିଥାଏ।

ଲେମ୍ବୁ, ଆପଲ ସାଇଡର୍‌ ଭିନେଗାର

ସୁନ୍ଦର ତ୍ୱଚା ଲାଗି ପାଣିରେ ଲେମ୍ବୁ ମିଶାଇ ପିଇବା ମଧ୍ୟ ଭଲ ହୋଇଥାଏ। ପାଣିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା କେବଳ ହଜମ ପ୍ରକ୍ରିୟାରେ ଉନ୍ନତି କରି ନ ଥାଏ ଶରୀରର ମଇଳାକୁ ମଧ୍ୟ ବାହାରକୁ ବାହାର କରିଥାଏ। ଚାହିଁଲେ ଲେମ୍ବୁ ବଦଳରେ ଆପଣ ଗ୍ଲାସ୍‌ ପାଣିରେ ଏକ ଚାମଚ ଆପଲ ସାଇଡର ଭିନେଗାର ମିଶାଇ ପିଇପାରିବେ।