ଉଠାଇ ହେଉନି ଜମାଟଙ୍କା: ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ବିିକ୍ଷୋଭ

ବିନିକା, ୩୦ା୫(ଡି.ଏନ୍‌.ଏ.)
ଜମା ଟଙ୍କା ଉଠାଇବାରେ ସମସ୍ୟା ହେଉଛି। ବାରମ୍ବାର ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବାକୁ ହେଉଛି। ବ୍ୟାଙ୍କରେ ଟଙ୍କା ନ ଥିବା କୁହାଯାଇ ସେମାନଙ୍କୁ ଗତ ତିନିଦିନ ହେଲାଣି ଫେରାଇ ଦିଆଯାଉଛି। ଏହିଭଳି ଅଭିଯୋଗ କରି ଗୁରୁବାର ଶତାଧିକ ଚାଷୀ ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିନିକା ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉପସ୍ଥିତ ଚାଷୀ ନେତାମାନେ ଅଭିଯୋଗ କରିଥିଲେ ଯେ, ଗତବର୍ଷ ବ୍ୟାଙ୍କରୁ ଏକାଥରକେ ୪୯ହଜାର ଟଙ୍କା ଯାଏ ଉଠାଣ କରି ହେଉଥିଲା ା ଚାଷୀମାନେ ନିଜ ଜମାଖାତାରୁ ୨/୩କିସ୍ତିରେ ଟଙ୍କା ଉଠାଇଥିଲେ ା ଚଳିତ ବର୍ଷ ସୋନପୁର ଷ୍ଟେଟ୍‌ ବ୍ୟାଙ୍କକୁ ବିନିକା ସମବାୟ ବ୍ୟାଙ୍କ ଶାଖାକୁ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ା ହେଲେ ଅବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ସମସ୍ୟା ସୃଷ୍ଟି ହେଉଛି ବୋଲି ମୂରଲୀ ମେଶୁଆ, ନବୀନ ନାୟକ, ପ୍ରଦୀପ ଦଣ୍ଡସେନା, ବାସୁଦେବ ମିଶ୍ର, ସୁରଥ ଡାଙ୍ଗ, ପଦ୍ମନାଭ ମହାକୁର, ସଦଶିବ ପଣ୍ଡା, ପରଦେଶୀ ନାଏକ, ନିରାକାର କର୍ଣ୍ଣ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ପରେ ବିନିକା ସମବାୟ ବ୍ୟାଙ୍କ୍‌ ଶାଖା ପରିଚାଳକ ପ୍ରଶାନ୍ତ ପଣ୍ଡା ଚାଷୀମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ଏହି ଶାଖାରେ ୬ହଜାରରୁ ଉର୍ଦ୍ଧ୍ୱ ଜମାକାରୀ ରହିଛନ୍ତି। ବର୍ତ୍ତମାନ ବିନିକା ଅଞ୍ଚଳର ପ୍ରାୟ ସମସ୍ତ ପ୍ୟାକ୍ସରେ ଚାଷୀଙ୍କ ଧାନକ୍ରୟ କାମ ଚାଲିଛି ା ଧାନବିକ୍ରୀ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାରେ ଦୈନିକ ଜମା ହେଉଛି ା ଗତବର୍ଷ ଆମ ବ୍ୟାଙ୍କରୁ ଚାଷୀ ଦୈନିକ ନିଜ ଜମାଖାତାରୁ ୪୯ହଜାର ଟଙ୍କା ଉଠାଇ ପାରୁଥିଲେ ା ପୂର୍ବରୁ ବଲାଙ୍ଗୀର ବିଡିସିସି ଶାଖାରୁ ଏକ୍ସିସ ବ୍ୟାଙ୍କ ନିୟୋଜିତ ଯାନରେ ବିନିକା ସମବାୟ ବ୍ୟାଙ୍କ୍‌ ଶାଖାକୁ ଆବଶ୍ୟକ ଟଙ୍କା ପହଞ୍ଚୁଥିଲା ା ମାତ୍ର ବତ୍ତର୍ର୍ମାନର ବ୍ୟବସ୍ଥାରେ କ’ଣ ଅସୁବିଧା ହେଉଛି ତାହାର ପର୍ଯ୍ୟାଲୋଚନା ପରେ ସମସ୍ୟାର ସମଧାନ କରାଯିବ ବୋଲି କହିଥିଲେ ା ଏହା ପରେ ଚାଷୀମାନେ ବିକ୍ଷୋଭ ଆନ୍ଦୋଳନରୁ ଓହରିଥିଲେ।