ଉଠାଦୋକାନୀଙ୍କ କବ୍‌ଜାରେ ରାସ୍ତାଘାଟ : ଜରୁରିକାଳୀନ  ସେବା ବ୍ୟାହତ

ଆନନ୍ଦପୁର,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଘସିପୁରା ବ୍ଲକ ବାଲିପାଳ ବଜାରରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ୁଛି। ଆନନ୍ଦପୁର ଆର୍‌ଏମ୍‌ସି ଦ୍ୱାରା କରାଯାଇଥିବା ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ବହୁ ସଂଖ୍ୟାରେ ଉଠା ଦୋକାନୀ କାରବାର କରୁଥିବାରୁ ସର୍ବସାଧାରଣ ଯାତାୟାତ ରାସ୍ତା କ୍ରମଶଃ ସଂକୁଚିତ ହେବାରେ ଲାଗିଛି। ଫଳରେ ବିଭିନ୍ନ ସମୟରେ ଜରୁରିକାଳୀନ  ସେବା ବ୍ୟାହତ ହେଉଛି। ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଯାନାବାହନ ବଜାର ଦେଇ ଚଳାଚଳ କରିବାରେ ଅସୁବିଧା ସୃଷ୍ଟି ହେଉଛି। ରାସ୍ତା ଉପରେ ପରିବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବ୍ୟବସାୟୀ ସେମାନଙ୍କ ପସରା ମେଲାଇ ବସୁଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ। ଏ ଦିଗରେ ଆନନ୍ଦପୁର ପ୍ରଶାସନିକ ଅଧିକାରୀ ଦୃଷ୍ଟି ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି ହେଉଛି।