Categories: ଜାତୀୟ

ଉଠିଲା ସିଏଏ, କଶ୍ମୀର ଓ ଆତଙ୍କବାଦ ପ୍ରସଙ୍ଗ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଖବରଦାତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅନେକ କଥା କହିଥିଲେ। ଭାରତ ସହ ଧାର୍ମିକ ସ୍ବାଧୀନତା, ବାଣିଜି୍ୟକ ଚୁକ୍ତି, ସିଏଏ ଓ କଶ୍ମୀର ପ୍ରସଙ୍ଗ ଆଦି ଏଥିରେ ସ୍ଥାନ ପାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଗଭୀର ଆସ୍ଥା ପ୍ରକଟ କରି ଭାରତ ସରକାର ଧାର୍ମିକ ସ୍ବାଧୀନତା ନେଇ ସଚେତନ ଥିବା ଟ୍ରମ୍ପ କହିଥିଲେ। ସିଏଏକୁ ନେଇ ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ, ଭାରତ ସରକାର ନିଜ ଦେଶର ଲୋକଙ୍କ କଥା ବୁଝିବେ। ଏନେଇ ମୋଦି ସରକାର ଉଚିତ ନିଷ୍ପତ୍ତି ନେବେ। ବାଣିଜ୍ୟ ଚୁକ୍ତି ନେଇ ଭାରତର ଟାରିଫ ବୃଦ୍ଧି ସମ୍ପର୍କରେ ମଧ୍ୟ ସେ ମୁହଁ ଖୋଲିଥିଲେ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଥିଲେ। କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟlରେ ବିବାଦର ମୁଖ୍ୟ ବୋଲି ସେ କହି ଆବଶ୍ୟକ ସ୍ଥଳେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଥିବା ଟ୍ରମ୍ପ କହିଥିଲେ। ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ ଭଲ ରହିଥିବା ସେ ପ୍ରକାଶ କରିଥିଲେ। ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ସେ କହିଛନ୍ତି, ଯଥା ସମ୍ଭବ ପ୍ରୟାସ ଚାଲିଛି। ମୋଦିଙ୍କ ସହ ଏନେଇ ଆଲୋଚନା କରାଯାଇଛି। ସୀମାପାର ଆତଙ୍କବାଦ ନେଇ ପାକିସ୍ତାନ ଉପରେ ଚାପ ପଡ଼ୁଛି।

Share