”ଆମ ପରିବେଶର ଏକ ପ୍ରମୁଖ ସମସ୍ୟା ଭାବରେ ଉଡ଼ନ୍ତା ପାଉଁଶ ଉଭାହୋଇଛି। ଏକବିଂଶ ଶତାବ୍ଦୀର ଦ୍ରୁତ ଶିଳ୍ପାୟନ ଫଳରେ ଏହା ଆମ ଆଗରେ ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ବିଶେଷକରି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ଏହି ପାଉଁଶ କେବଳ ମୃତ୍ତିକା ପାଇଁ ନୁହେଁ ବରଂ ପରିବେଶ ପାଇଁ ମଧ୍ୟ ଏକ କ୍ଷତିକାରକ ପଦାର୍ଥ।“
ଆମ ପରିବେଶର ଏକ ପ୍ରମୁଖ ସମସ୍ୟା ଭାବରେ ଉଡ଼ନ୍ତା ପାଉଁଶ ଉଭାହୋଇଛି। ଏକବିଂଶ ଶତାବ୍ଦୀର ଦ୍ରୁତ ଶିଳ୍ପାୟନ ଫଳରେ ଏହା ଆମ ଆଗରେ ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ବିଶେଷକରି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ଏହି ପାଉଁଶ କେବଳ ମୃତ୍ତିକା ପାଇଁ ନୁହେଁ ବରଂ ପରିବେଶ ପାଇଁ ମଧ୍ୟ ଏକ କ୍ଷତିକାରକ ପଦାର୍ଥ।
କିନ୍ତୁ ବର୍ତ୍ତମାନ ଏହି ସମସ୍ୟାରୁ ଏକ ସମାଧାନ ବାହାର କରିଛନ୍ତି ହାଇଦ୍ରାବାଦସ୍ଥିତ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଗବେଷକ। ପ୍ରତିଷ୍ଠାନର ଗବେଷକ ଡଃ. ମୁଦ୍ରିକା ଖଣ୍ଡଓ୍ବୋଲ ଓ ଡ. ଅତୁଲ ସୁରେଶ ଦେଶପାଣ୍ଡେଙ୍କ ମତରେ ଆମେ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ତିଆରି କରିପାରିବା। ଏହା ପୁଣି ଅପେକ୍ଷାକୃତ କମ୍ ଖର୍ଚ୍ଚରେ। କେବଳ ସେତିକି ନୁହେଁ, ଜଳ ନିରୋଧୀ ପଦାର୍ଥ (ଓ୍ବାଟର ପ୍ରୁଫ୍) ଏଥିରୁ ସହଜରେ ତିଆରି କରାଯାଇପାରିବ।
ଆମେ ଆମର ନିତ୍ୟ ବ୍ୟବହାର ପାଇଁ ସାବୁନ ଏବଂ ଶାମ୍ପୁ ଦେହରେ ପ୍ରଲେପ କରିଥାଉ। ଏହାଦ୍ୱାରା ଆମକୁ ସତେଜ ଓ ଫୁର୍ତ୍ତି ଲାଗିଥାଏ। ତେବେ ଏହି ସାବୁନ ଓ ଶାମ୍ପୁ ତିଆରି କରିବା ପାଇଁ ଷ୍ଟିଅରିକ୍ ଏସିଡ୍ ବ୍ୟବହାର କରାଯାଇଥାଏ। ଷ୍ଟିଅରିକ୍ ଏସିଡ୍ର ଗୁଣ ହେଲା ଏହା ଶରୀର ତଥା ଲୁଗାର ମଇଳା/ଅପରିଷ୍କାର ଅଂଶକୁ ଅଲଗା କରିଥାଏ। ଫଳରେ ତେଲ ଓ ପାଣିର ମିଶ୍ରଣରେ ଯେପରି ତେଲ ଓ ପାଣି ସହଜରେ ପୃଥକ୍ ହୋଇଯାଏ, ଠିକ୍ ସେହିପରି ଷ୍ଟ୍ରିଅରିକ୍ ଏସିଡ୍ କାମ କରିଥାଏ। ଷ୍ଟିଅରିକ୍ ଏସିଡ୍ ଓ ଉଡ଼ନ୍ତା ପାଉଁଶର ସମ୍ମିଶ୍ରଣରେ ବୈଜ୍ଞାନିକମାନେ ଉଡ଼ନ୍ତା ପାଉଁଶର ଏକ ବିଶେଷ କଣିକା ପ୍ରସ୍ତୁତ କରିପାରିଛନ୍ତି।
ବୈଜ୍ଞାନିକମାନେ ସର୍ବଦା ପ୍ରକୃତିକୁ ଅନୁକରଣ ତଥା ଗବେଷଣାକରି ନୂଆ ନୂଆ ଚିନ୍ତା ଓ ପରିକଳ୍ପନା କରିପାରନ୍ତି, ଯାହାକି ସେମାନଙ୍କୁ ଏକ ନୂତନ ଉଦ୍ଭାବନ ଆଡ଼କୁ ଟାଣିନିଏ। ଉଡ଼ନ୍ତା ପାଉଁଶର ବିବିଧ ରୂପ ଅନୁସାରେ ବିଭିନ୍ନ ଆକାର ଓ ପ୍ରକାରର ପଦାର୍ଥ ତିଆରି କରାଯାଇପାରିବ, ଯେପରିକି ପଦ୍ମଫୁଲର ପତ୍ର। ଏ ଭିତରକୁ ପାଣି ଆଦୌ ସହଜରେ ପଶିପାରେ ନାହିଁ। ସେହିପରି, ଯେତେବେଳେ ଉଡ଼ନ୍ତା ପାଉଁଶର ଆଉ ଏକ ରୂପ ରହେ। ଫଳରେ ଏହା ଗୋଲାପଫୁଲର ପତ୍ର ପରି କାର୍ଯ୍ୟ କରିବ।
ଏହାକୁ ଆମେ ସହଜରେ ବୁଝିପାରିବା। ପତ୍ରର କୌଣସି ଅଂଶରେ ପାଣି ପଡ଼ିଲେ ଏହା ସାଧାରଣତଃ ମଝିରେ ଜମା ହୁଏ ଏବଂ ମଝିରେ ଅପେକ୍ଷାକୃତ ମୋଟା ଅଂଶ ଥାଏ; ଯାହାର ଫଳ ସ୍ବରୂପ ପାଣି ପତ୍ରର ଆରପାରିକୁ ଯାଇପାରେ ନାହିଁ। ପାଣିକୁ ଶୋଷିପାରେ ନାହିଁ। ଏହାର ବ୍ୟାପକ ପ୍ରସ୍ତୁତି ପାଇଁ ବୈଜ୍ଞାନିକମାନେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏମିତି ବି ଉଡ଼ନ୍ତା ପାଉଁଶ ଏକ ଅବ୍ୟବହୃତ ପଦାର୍ଥ ଏବଂ ଷ୍ଟିଅରିକ୍ ଏସିଡ୍ ମଧ୍ୟ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ।
ବିରାଟ ରାଜା ପଧାନ
-ବେଙ୍କମୁରା,ଝାରସୁଗୁଡ଼ା