Categories: ଫୁରସତ

ଉଡ଼ି ଉଡ଼ି ପାର ହେଲେ ଇଂଲିଶ ଚ୍ୟାନେଲ

ଆଟଲାଣ୍ଟିକ ମହାସାଗରର ଏକ ଶାଖା ହେଉଛି ଇଂଲିଶ ଚ୍ୟାନେଲ୍‌। ଏହା ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସଠାରୁ ପୃଥକ୍‌ କରିଥାଏ। ଏହି ଇଂଲିଶ ଚ୍ୟାନେଲ୍‌କୁ ପାର ହେବା ବହୁତ କଷ୍ଟକର। ଯଦିଓ ଅନେକ ଲୋକ ପହଁରିକି ବି ଇଂଲିଶ ଚ୍ୟାନେଲ ପାର ହୋଇଛନ୍ତି। ହେଲେ ପ୍ରଥମ ଥର ପାଇଁ ଜଣେ ୩୫ କି.ମି. ଲମ୍ବ ଇଂଲିଶ ଚ୍ୟାନେଲକୁ ଉଡ଼ି ଉଡ଼ି ପାର ହୋଇଛନ୍ତି। ଫ୍ରାନ୍ସ ଆବିଷ୍କାରକ ଜପାଟା ନିଜେ ତିଆରି କରିଥିବା ଜେଟ୍‌ ସଞ୍ଚାଳିତ ହୋଭରବୋର୍ଡ(ଫ୍ଲାଇବୋର୍ଡ)ରେ ଉଡି ଉଡି ଇଂଲିଶ ଚ୍ୟାନେଲ୍‌ ପାର୍‌ ହେବାରେ ସଫଳ ହୋଇଛନ୍ତି। ଫଳରେ ହୋଭରବୋର୍ଡ ସାହାଯ୍ୟରେ ଏଭଳି କାର୍‌ନାମା କରିଥିବା ପୃଥିବୀର ସେ ପ୍ରଥମ ଆବିଷ୍କାରକ ପାଲଟିଗଲେ। ୪୦ ବର୍ଷୀୟ ଫ୍ରାଙ୍କି ଜପାଟା ଫ୍ରାନ୍ସର ସଙ୍ଗେଟ୍‌୍‌ରୁ ଉଡ଼ାଣ ଆରମ୍ଭ କରିଥିଲେ। ଇଂଲିଶ ଚ୍ୟାନେଲ୍‌ ପାର୍‌ ହୋଇ ଡୋଭର୍‌ର ସେଣ୍ଟ ମାର୍ଗାରେଟ୍‌ ବିଚ୍‌ରେ ଓହ୍ଲାଇଥିଲେ। ଉଡୁଥିବା ସମୟରେ ଘଣ୍ଟାକୁ ୧୭୦ କି.ମି. ବେଗ ପର୍ଯ୍ୟନ୍ତ ସେ ପହଞ୍ଚତ୍ୟାଇଥିଲେ। ଏହାପୂର୍ବରୁ ବି ସେ ଇଂଲିଶ ଚ୍ୟାନେଲ୍‌କୁ ଏହିଭଳି ଭାବେ ପାର କରିବାକୁ ପ୍ରୟାସ କରିଥିଲେ। ହେଲେ ଇନ୍ଧନ ଶେଷ ହେବା ଓ ତାକୁ ପୁନଃ ରିଫିଲ୍‌ କରିବାରେ ଅସୁବିଧା ସୃଷ୍ଟି ହେବା ଯୋଗୁ ସେ ସମୁଦ୍ରରେ ପଡିଯାଇଥିଲେ। କିନ୍ତୁ ଏଥର ସେ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇ ତଥା ପୂର୍ବର ତ୍ରୁଟି ସୁଧାରି ଉଡ଼ିବା ଆରମ୍ଭ କରିଥିଲେ। ତାଙ୍କ ସୁରକ୍ଷା ପାଇଁ ଏକ ବଡ଼ଡଙ୍ଗା ସହ ତିନୋଟି ହେଲିକପ୍ଟର ବି ବ୍ୟବହାର କରାଯାଇଥିଲା।

Share