ଉତ୍କର୍ଷତା ପାଇଁ ବଣିକ୍‌ ପୁରସ୍କୃତ

ଭୁବନେଶ୍ୱର, ୩ା୩: ଛାତ୍ରୀଛାତ୍ରଙ୍କୁ କୋଚିଂ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ତଥା ଉତ୍କର୍ଷତା ଲାଗି ପ୍ରମୁଖ ଅନୁଷ୍ଠାନ ବଣିକ ପୁରସ୍କୃତ ହୋଇଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଟାଇମ୍ସ ବିଜନେସ ଆଓ୍ବାର୍ଡ ୨୦୨୦ ଅବସରରେ ବଣିକ ଟାଇମ୍ସ ବିଜନେସ ଆଓ୍ବାର୍ଡ ଲାଭ କରିଛି। ବଣିକର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଇଂ ସୁବ୍ରତ ଛାଟୋଇ ବଲିଉଡ ଅଭିନେତା ଅନିଲ କପୁରଙ୍କଠାରୁ ଏହି ଆଓ୍ବାର୍ଡ ଗ୍ରହଣ କରିଥିଲେ। ପରୀକ୍ଷା ପ୍ରସ୍ତୁତି ଲାଗି ଶ୍ରେଷ୍ଠ ବିଶ୍ୱସନୀୟ ଅନୁଷ୍ଠାନ ରୂପେ ନିଜକୁ ପ୍ରତିପାଦିତ କରାଇଥିବାରୁ ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି। ୨୦୧୩ରେ ଆରମ୍ଭ ହୋଇ ସ୍ବଳ୍ପ ସମୟ ମଧ୍ୟରେ ଓଡ଼ିଶାର ଶ୍ରେଷ୍ଠ କୋଚିଂ ପ୍ରତିଷ୍ଠାନ ରୂପେ ପ୍ରତିଷ୍ଠିତ ହୋଇ ପାରିଥିବା ଏହି ଅବସରରେ ଇଂ ଛାଟୋଇ କହିଛନ୍ତି। ଆଗାମୀ ଦିନରେ ଏହି ପ୍ରଚେଷ୍ଠା ଆହୁରି ସଫଳ ହେବ ବୋଲି ସେ କହିଛନ୍ତି।

Share