Categories: ଜାତୀୟ

ଉତ୍କଳ ଏକ୍ସପ୍ରେସ୍‌ରେ ବୋମା ସୂଚନା: ଯାତ୍ରୀ ଆତଙ୍କିତ

ସହାରନ୍‌ପୁର,୨୩।୯: ଉତ୍ତରାଖଣ୍ଡ ହରିଦ୍ୱାରରୁ ଓଡ଼ିଶାର ପୁରୀ ଆସୁଥିବା ଉତ୍କଳ ଏକ୍ସପ୍ରେସ୍‌ରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସହରାନ୍‌ପୁର ଜିଲାର ଟପରି ଷ୍ଟେଶନରେ ଟ୍ରେନ୍‌କୁ ସୋମବାର ପୂର୍ବାହ୍ନ ୮ଟାରେ ୧୫ରେ ରୋକାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ୍‌ ଆରମ୍ଭ ହୋଇଛି। ଯାଞ୍ଚ୍‌ କାର୍ଯ୍ୟରେ ଜିଆରପି, ସ୍ଥାନୀୟ ପୋଲିସ ଏବଂ ଆରପିଏଫ୍‌ କର୍ମୀ ନିୟୋଜିତ ଅଛନ୍ତି। ଏଥିରେ ଡଗ୍‌ ସ୍କ୍ବାଡ୍‌ ଏବଂ ବମ୍‌ ସ୍କ୍ବାଡ୍‌ ମଧ୍ୟ ନିୟୋଜିତ କରାଯାଇଛି। ଏହାଯୋଗୁ ସହାରନ୍‌ପୁର-ମିରଟ ରେଳପଥରେ ଟ୍ରେନ୍‌ ଚଳାଚଳକୁ ସାମୟିକ ବନ୍ଦ ରଖାଯାଇଛି। ଏହି ପଥ ଦେଇ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ୍‌ ଏବଂ ସହାରନପୁର-ଦିଲ୍ଲୀ ପାସେଞ୍ଜର ଟ୍ରେନ୍‌ ସମେତ ଅନ୍ୟ ଟ୍ରେନ୍‌ଗୁଡ଼ିକୁ ମଧ୍ୟ ବାଟରେ ରୋକା ଯାଇଛି।

Share