ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷାଫଳ ପ୍ରକାଶ:କଳା ପାସ୍‌ ହାର ୭୧%, ବିଜ୍ଞାନ ୯୨%, ବାଣିଜ୍ୟ ୮୩%

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କଳାରେ ମୋଟ ୨୨,୭୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧,୬୨୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ପାସ୍‌ ହାର ୭୧% ରହିଛି। ବିଜ୍ଞାନରେ ମୋଟ ୮,୧୮୯ଜଣ ପରୀକ୍ଷା ଦେଇଥିବା ବେଳେ ୭,୫୩୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ୍‌ ହାର ୯୨% ରହିଛି। ସେହିପରି ବାଣିଜ୍ୟରେ ୩,୧୭୭ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨,୬୪୧ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାସ୍‌ ହାର ରହିଛି ୮୩%।
ଚଳିତବର୍ଷ କଳା ବିଭାଗର କୋର୍‌ରେ ମୋଟ ୧୯,୬୮୬ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୭,୧୮୭ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାସ୍‌ ହାର ୮୭% ରହିଛି। ଏଥିରେ ମୋଟ ୪୯% ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ଜେନେରାଲ୍‌ରେ ମୋଟ ୩,୦୩୨ଜଣ ପରୀକ୍ଷା ଦେଇଥିବା ବେଳେ ୨,୧୩୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ୍‌ ହାର ୭୦% ରହିଛି। ସେହିପରି ବିଜ୍ଞାନ ବିଭାଗର କୋର୍‌ରେ ୭,୪୦୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୬,୮୯୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ୍‌ ହାର ୯୩% ରହିଛି। ଏଥିରେ ୯୧% ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ଜେନେରାଲ୍‌ରେ ୭୮୯ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬୩୩ଜଣ ପାସ୍‌ ହୋଇଥିବା ବେଳେ ପାସ୍‌ ହାର ୮୦% ରହିଛି। ବାଣିଜ୍ୟ ବିଭାଗର କୋର୍‌ରେ ୨,୮୫୫ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨,୩୯୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ୍‌ ହାର ରହିଛି ୮୪%। ଏଥିରେ ମୋଟ ୩୫% ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ଜେନେରାଲ୍‌ରେ ୩୨୨ଜଣ ପରୀକ୍ଷା ଦେଇଥିବା ବେଳେ ୨୪୭ଜଣ ପାସ୍‌ ହୋଇଛନ୍ତି ଏବଂ ପାସ୍‌ ହାର ୭୭% ରହିଛି।

Share