Categories: ମେଟ୍ରୋ

‘ଉତ୍ତମ ଜନସ୍ବାସ୍ଥ୍ୟ ସେବା ଲାଗି ବହୁମୁଖୀ ଉଦ୍ୟମ ଲୋଡ଼ା’

ଭୁବନେଶ୍ୱର,୨୪ା୨:ଉତ୍ତମ ଜନସ୍ବାସ୍ଥ୍ୟ ସେବା ପାଇଁ ବହୁମୁଖୀ ଏବଂ ବହୁବିଧ ଉଦ୍ୟମର ଆବଶ୍ୟକତା ରହିଛି। ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ବିଶେଷଜ୍ଞମାନେ ଉତ୍ତମ ଜନସ୍ବାସ୍ଥ୍ୟ ଉପରେ ମତ ରଖିଛନ୍ତି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁସ୍ଥ ଖାଦ୍ୟ, ସୁସ୍ଥ ମୃତ୍ତିକା, ସୁସ୍ଥ ଜଳ, ବାୟୁ ଆଦି ଅପରିହାର୍ଯ୍ୟ ବୋଲି ବିଶିଷ୍ଟ ପରିବେଶବିତ ପଦ୍ମଶ୍ରୀ ରାଧାମୋହନ ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ବ୍ୟାଙ୍କର ପୂର୍ବତନ ଆର୍ଥତ୍କ ପରାମର୍ଶଦାତା ବିନୋଦ ନାୟକ ସ୍ବାସ୍ଥ୍ୟ କ୍ଷେତ୍ରରେ କ୍ଷୁଦ୍ର ଋଣ ଇନସ୍ୟୁରାନ୍ସର ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପୁଷ୍ଟିକର ଖାଦ୍ୟ ମାଧ୍ୟମରେ ସ୍ବାସ୍ଥ୍ୟ ସୁରକ୍ଷା ଏବଂ ମିଲେଟ ମିଶନ ଉପରେ ବିଶେଷଜ୍ଞମାନେ ମତ ରଖିଥିଲେ। ମ୍ୟାଲେରିଆ ଜନିତ ମୃତ୍ୟୁକୁ ରୋକିବା ଦିଗରେ ସରକାରଙ୍କ ସହ ଅଂଶୀଦାରମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ନର୍ସିଂ ନିର୍ଦ୍ଦେଶକ ଡ. ସୁଶୀଲ କର ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ କୁଳପତି ଜନ୍ମେଜୟ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ କୀର୍ତ୍ତି ପ୍ରଧାନ, ଡ.ଓମ୍‌କାର ମହାନ୍ତି, ଶ୍ରୀଜିତ ମିଶ୍ର, ପ୍ରିୟଦର୍ଶନ ପାତ୍ର, ଲୁନା ସାମନ୍ତ, ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ପିନାକୀ ପାଣିଗ୍ରାହୀ, ଡ.ନରେନ୍ଦ୍ର କୁମାର ଜେନା, ବିଶ୍ୱବିଦ୍ୟାଳୟର ଡିନ୍‌ ଡ.କଳ୍ପନା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Share