ଉତ୍ତରଓଡ଼ିଶା ଛାତ୍ର ବିଜେଡିର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ,୨୮।୪- ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ବିଜୁ ଛାତ୍ର ଜନତା ଦଳ ଉତ୍ତରଓଡ଼ିଶା ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହାୟତା କ୍ରମେ ସଂଗଠନର ସଭାପତି ତାପସ କୁମାର ପାଣିଗ୍ରାହୀ ଗତ ସୋମବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୫୦୦୦ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ପାଣିଗ୍ରାହୀ ଉତ୍ତରଓଡ଼ିଶାରେ ଥିବା ଚାରୋଟି ଜିଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ନିଜ ନିଜ ପଞ୍ଚାୟତରେ କରୋନାର ମୁକାବିଲା କରିବା ପାଇଁ ସମସ୍ତଙ୍କୁ ବିଭିନ୍ନ ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି।

Share