ଡେରାଡୁନ,୨୧।୮: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ବାଦଲ ଫାଟିବା ଯୋଗୁ ସହରରେ ବନ୍ୟା ବିତ୍ପାତ ଦେଖାଦେଇଛି। ଫଳରେ ବୁଧବାର ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ସାମଗ୍ରୀ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ୩ଜଣ ଥିବା ବେଳେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକମାନେ ହେଲେ କ୍ୟାପଟେନ ଲାଲ, ସହଯୋଗୀ ପାଇଲଟ ଶୈଲେଶ ଓ ସ୍ଥାନୀୟ ଲୋକ ରାଜପାଲ। ସୂଚନାଯୋଗ୍ୟ, ଉକ୍ତ ହେଲିକପ୍ଟରଟି ଉତ୍ତରକାଶୀ ଜିଲାର ମୋରିରୁ ମୋଲଦି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନ୍ୟପଟେ ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ୧୫ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ବେଳେ ହେଲିକପ୍ଟର ଯୋଗେ ସେମାନଙ୍କୁ ରିଲିଫ ସାମଗ୍ରୀ ପଠାଯାଉଛି।