Categories: ରାଜ୍ୟ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ସୂର୍ଯ୍ୟଙ୍କ ଗତିର ବିପରୀତ ଦିଗକୁ ଢଳିଥାନ୍ତି ଶିବ ଲିଙ୍ଗ

ଖଣ୍ଡପଡା,୧୮ା୭(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ପରିଚିତ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ସିଦ୍ଧେଶ୍ୱର ମହାଦେବ ବିରାଜମାନ ହୋଇଛନ୍ତି। ବୁଧବାର କର୍କଟ ସଂକ୍ରାନ୍ତି ତିଥିରେ ସେ ଉତ୍ତରକୁ ଢଳିଥିବାରୁ ଏକ ଅପୂର୍ବ ଓ ଦିବ୍ୟ ଦୃଶ୍ୟକୁ ଶତାଧିକ ଶ୍ରଦ୍ଧାଳୁ ଦର୍ଶନ କରି ନିଜକୁ ଧନ୍ୟ ମନେକରିଛନ୍ତି । ସୂଚନାଯୋଗ୍ୟ, ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିର ଦକ୍ଷିଣ ପାର୍ଶ୍ୱର ପ୍ରାୟ ୨୦ ଫୁଟ ଦୂରରେ ସିଦ୍ଧେଶ୍ୱର ମହାଦେବ ପାର୍ଶ୍ୱଠାକୁର ଭାବରେ ବିରାଜିତ, ଯାହାଙ୍କ ମହିମା କପିଳ ସଂହିତାରେ ବର୍ଣ୍ଣିତ ରହିଛି । ସିଦ୍ଧେଶ୍ୱର ଲିଙ୍ଗର ବୈଶିଷ୍ଟ ହେଉଛି ଯେ, ଏହା ସୂର୍ଯ୍ୟଙ୍କ ଗତିର ବିପରୀତ ଦିଗକୁ ଢଳିଥାନ୍ତି । ସୂର୍ଯ୍ୟ ମକର ସଂକ୍ରାନ୍ତିଠାରୁ ଉତ୍ତରକୁ ଓ କର୍କଟ ସଂକ୍ରାନ୍ତିଠାରୁ ଦକ୍ଷିଣକୁ ଗତି କରିଥାନ୍ତି । ସୂର୍ଯ୍ୟଙ୍କ ଗତିର ବିପରୀତ ଦିଗକୁ ଉକ୍ତ ଲିଙ୍ଗ ସ୍ବତ୍ତଃପ୍ରବୃତ ଭାବେ ଉତ୍ତରାୟଣ କିମ୍ବା ଦକ୍ଷିଣାୟନ ହୋଇଥାନ୍ତି । କର୍କଟ ସଂକ୍ରାନ୍ତି ତିଥିରେ ସିଦ୍ଧେଶ୍ୱର ମହାଦେବ ଉତ୍ତର ଦିଗକୁ ଢଳିଛନ୍ତି ।

Share