Categories: ଜାତୀୟ

ଉତ୍ତରପୂର୍ବରେ କୋହଳ ହେଲା କର୍ଫ୍ୟୁ, ବନ୍ଦ ରହିଛି ଇଣ୍ଟରନେଟ ସେବା

ଗୁଆହାଟୀ,୧୪।୧୨: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ନେଇ ଉତ୍ତରପୂର୍ବ ଭାରତରେ ଆନ୍ଦୋଳନର ନିଆଁ ତେଜିବାରେ ଲାଗିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି। ଆସାମ ଓ ତ୍ରିପୁରାରେ ଏବେ ବି ସେନା ମୁତୟନ ହେବା ସହ କର୍ଫ୍ୟୁ ଜାରି ରହିଛି। ହେଲେ ଏଠାରେ ଏବେ ପରିସ୍ଥିତି ସାମାନ୍ୟ ଥିବା ଜଣାପଡ଼ିଛି। ଅପରପକ୍ଷରେ ଶନିବାର ଗୁଆହାଟୀରେ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି। କିନ୍ତୁ ଇଣ୍ଟରନେଟ ସେବା ଓ ମେସେଜିଂ ସେବାକୁ ବନ୍ଦ ରଖାଯାଇଛି। ଦେଶରେ ନାଗରିକତା ସଂଶୋଧନ ଆଇନ ହେବା ପରଠାରୁ ଏହାକୁ ବିରୋଧ କରାଯାଉଛି। ଏନେଇ ଗୁରୁବାର ସନ୍ଧ୍ୟାରୁ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

Share