Categories: ଜାତୀୟ

ଉତ୍ତରପୂର୍ବ ଭାରତରେ ଭୂକମ୍ପ

ନୂଆଦିଲ୍ଲୀ,୨୬ା୫: ଉତ୍ତରପୂର୍ବ ଭାରତରେ ସୋମବାର ରାତି ୮ଟା ୧୨ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମଣିପୁର ହୋଇଥିବାବେଳେ ଏହାର ଝଟକା ଆସାମ, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମରେ ଅନୁଭୂତ ହୋଇଥିଲା। ମଣିପୁରର କାଚିଙ୍ଗଠାରୁ ଦକ୍ଷିଣପଶ୍ଚିମରେ ୧୧ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ। ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ।

Share