Categories: ଜାତୀୟ

ଉତ୍ତରପ୍ରଦେଶରେ ଆସନ୍ତା ୫୦ ବର୍ଷ ଧରି ଆସିବ ଭାଜପା ସରକାର: କେଶବ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୮।୧୦: ଉତ୍ତରପ୍ରଦେଶରେ ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ଭାଜପା ସରକାର ଆସିବ ବୋଲି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି। ପୂର୍ବରୁ ଅଖିଳେଶ ଯାଦବ କହିଥିଲେ ଯେ, ୨୦୨୨ରେ ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ଗଠନ କରିବ। ଏହାର ଜବାବରେ ମୌର୍ଯ୍ୟ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି। ଏକ ଉତ୍ସବରେ ଯୋଗଦେଇ ମୌର୍ଯ୍ୟ କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ ପାଇଁ ଅଖିଳେଶଙ୍କୁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଏବେ ମୌର୍ଯ୍ୟଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share