Categories: ଜାତୀୟ

ଉତ୍ତରପ୍ରଦେଶରେ ଏନ୍‌ଆର୍‌ସି: ଚିହ୍ନଟ ହେବେ ବିଦେଶୀ

ଲକ୍ଷ୍ନୌ,୧।୧୦: ଉତ୍ତରପ୍ରଦେଶରେ ଏନ୍‌ଆର୍‌ସି ପ୍ରକିୟା ଆରମ୍ଭ ହୋଇଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଡିଜିପି କାର୍ଯ୍ୟାଳୟ ପକ୍ଷରୁ ଏନେଇ ରାଜ୍ୟର ସମସ୍ତ ଅଞ୍ଚଳକୁ ସୂଚନା ଦିଆଯାଇଛି। ଡିଜିପି କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍ଟ୍‌ରେ ରାଜ୍ୟର ବିଭିନ୍ନ ବସ୍‌ଷ୍ଟାଣ୍ଡ୍‌, ରେଳଷ୍ଟେଶନ, ରାସ୍ତା କଡ଼ରେ ଥିବା ବସ୍ତିଗୁଡ଼ିକରେ ଏହି ଅଭିଯାନ ଆରମ୍ଭ କରାଯିବ। ଅଭିଯାନର ଭିଡ଼ିଓ ରେକର୍ଡିଂ ମଧ୍ୟ କରାଯିବ। ଏସବୁ ଅଞ୍ଚଳରେ ବାଂଲାଦେଶୀ ଥିବା କୁହାଯାଉଛି।

Share