Categories: ଜାତୀୟ

ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ: ୩ ଆଗୁଆ ଜଣେ ପଛୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢୁଥିବାବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲୀରୁ ଲଢୁଛନ୍ତି। ସେହିପରି ସୁଲତାନପୁର ଆସନରୁ ଭାଜପାର ମାନେକା ଗାନ୍ଧୀ ନିର୍ବାଚନ ଲଢୁଛନ୍ତି। ଏଠାକାର ପିଲିଭିତ୍‌ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ବରୁଣ ଗାନ୍ଧୀ ନିର୍ବାଚନ ଲଢୁଛନ୍ତି। ଗାନ୍ଧୀ ପରିବାର ୪ ସଦସ୍ୟଙ୍କ ମଧ୍ୟରୁ ଭୋଟ ଗଣତିରେ ୩ ଜଣ ଆଗୁଆ ରହିଥିବା ବେଳେ ଜଣେ ପଛୁଆ ରହିଛନ୍ତି। ସେମାନଙ୍କ ମଧ୍ୟରେ ରାହୁଲ, ସୋନିଆ, ବରୁଣ ଆଗୁଆଥିବାବେଳେ ମାନେକା ପଛୁଆ ଥିବା କୁହାଯାଉଛି।

Share