Categories: ଜାତୀୟ

ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲରାଜ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶ ଜଙ୍ଗଲରାଜ ଚାଲିଛି ବୋଲି ଏକ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ କହିଛନ୍ତି। ବୁଲନ୍ଦସହରର ଶତାଧିକ ବର୍ଷ ପୁରୁଣା ଏକ ମନ୍ଦିରର ପରିଚାଳନା ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲମାନଙ୍କ ନିକଟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କୌଣସି ନିର୍ଦ୍ଦେଶ ରହୁନାହିଁ। କେଉଁ ନିୟମରେ କାମ ଚାଲୁଛି ତାହା ମଧ୍ୟ ଓକିଲମାନଙ୍କୁ ଜଣାନାହିଁ। ଲାଗୁଛି ସେଠାରେ ଜଙ୍ଗଲରାଜ ଚାଲିଛି। ବିଚାରପତି ଏନ.ବି. ରମନାଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି ଏଭଳି କହିଛନ୍ତି।

Share