Categories: ଜାତୀୟ

ଉତ୍ତରପ୍ରଦେଶରେ ପଶିଲେ ୨ ଆତଙ୍କବାଦୀ: ହାଇଆଲର୍ଟ ଜାରି

ଲକ୍ଷ୍ନୌ,୫।୧: ଆଇଏସ୍‌ ଆତଙ୍କବାଦୀ ସଂଗଠନର ୨ ସନ୍ଦିଗ୍ଧ ଆତଙ୍କବାଦୀ ଉତ୍ତରପ୍ରଦେଶରେ ପ୍ରବେଶ କରିଛନ୍ତି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଭାରତ-ନେପାଳ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ସୂଚନା ମିଳିବା ପରେ ସୀମାନ୍ତ ଜିଲା ମହାରାଜାଗଞ୍ଜ, କୁଶିନଗର ଏବଂ ସିଦ୍ଧାର୍ଥନଗରରେ ହାଇଆଲର୍ଟ ଜାରି କରାଯାଇଛି। ଆଇଜି ଆଶୁତୋଷ କୁମାର କହିଛନ୍ତି, ଏହି ୨ ଆତଙ୍କବାଦୀ ହେଉଛନ୍ତି ଅବଦୁଲ ସାମଦ ଏବଂ ଇଲିୟାସ୍‌। ଏମାନଙ୍କ ଫଟୋ ମଧ୍ୟ ଜାରି କରାଯାଇଛି। ଫଳରେ ସେମାନଙ୍କୁ ସହଜରେ ଚିହ୍ନଟ କରି ଗିରଫ କରାଯାଇ ପାରିବ ବୋଲି ଆଶୁତୋଷ କହିଛନ୍ତି।

Share