Categories: ଜାତୀୟ

ଉତ୍ତରପ୍ରଦେଶରେ ପୁଣି ଲଜ୍ଜା: ନାବାଳିକାକୁ ଗଣବଳାତ୍କାର, ୪ ଗିରଫ

ନୂଆଦିଲ୍ଲୀ, ୭ା୧୨(ପି.ଟି.): ଦେଶର ବିଭିନ୍ନ ସ୍ଥାନରେ ଗୋଟାକ ପରେ ଗୋଟେ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଉନ୍ନାଓ କାଣ୍ଡ ପରେ ପୀଡ଼ିତା ଆଖିବୁଜିବା, ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରି ମାରିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦସରରେ ପୁଣି ଏକ ଗଣବଳାତ୍କାର ଘଟଣା ଘଟିଥିବା ପୋଲିସ କହିଛି। ଜଣେ ନାବାଳିକା(୧୪)କୁ ଅପହରଣ କରି ବନ୍ଧକ ରଖିବା ସହ ତାଙ୍କୁ ବଳାତ୍କାର କରିବା ଘଟଣାରେ ପୋଲିସ ୪ ନାବାଳକଙ୍କୁ ଗିରଫ କରିଛି। ଘଟଣାଟି ୩ ତାରିଖରେ ହୋଇଥିବାବେଳେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଜଣେ ଅଭିଯୁକ୍ତ ମୋବାଇଲରେ ଭିଡିଓ ଶୁଟ୍‌କରି ଭାଇରାଲ କରିଥିବା ପୋଲିସ କହିଛି। ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବା ଏସ୍‌ଏସ୍‌ପି ସନ୍ତୋଷ କୁମାର ସିଂ ପ୍ରକାଶ କରିଛନ୍ତି।

Share