Categories: ଜାତୀୟ

ଉତ୍ତରପ୍ରଦେଶରେ ବିକ୍ରି ହେଉଛି ମୋଦି ଯୋଗୀଙ୍କ ଫଟୋ ଥିବା କାଉଡିଆ ପୋଷାକ

ବାରଣାସୀ,୧୯।୭: କାଉଡି ଯାତ୍ରା ପୂର୍ବରୁ ଉତ୍ତରପ୍ରଦେଶର ବାରଣାସୀର ଦୋକାନଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ରଙ୍ଗବେରଙ୍ଗର ପୋଷାକ ମିଳୁଥିବା ଦେଖିବାକୁ ମିଳିଛି। କାଉଡି ଯାତ୍ରା ୧୭ ଜୁଲାଇକୁ ଆରମ୍ଭ ହୋଇଥିବା ବେଳେ ୧୫ ଅଗଷ୍ଟରେ ଶେଷ ହେବ। କାଉଡିଆମାନେ ପାଣି ଢ଼ାଳିବାକୁ ଯିବା ସମୟରେ ପିନ୍ଧୁଥିବା ଗେରୁଆ ରଙ୍ଗର ପୋଷାକରେ ମୋଦି ଓ ଯୋଗୀଙ୍କ ଫଟୋ ରହିଛି। ଏହାକୁ କିଣିବା ପାଇଁ ଯୁବକମାନେ ବହୁ ଉତ୍ସାହିତ ରହିଛନ୍ତି। ଅପରପକ୍ଷରେ ଦୋକାନ ମାଲିକ କହିଛନ୍ତି, ସାଧାରଣତଃ କାଉଡିଆମାନେ ଗେରୁଆ ରଙ୍ଗର ସାଦା ପୋଷାକ କିଣନ୍ତି। ହେଲେ ଚଳିତଥର ମୋଦି ଓ ଯୋଗୀଙ୍କ ଫଟୋ ଲାଗିଥିବା ପୋଷାକ ବହୁମାତ୍ରାରେ ବିକ୍ରି ହେଉଛି ବୋଲି ଦୋକାନୀ କହିଛନ୍ତି। କାରଣ ଚଳିତ ଥର ବାରଣାସୀ ସହରରେ ହୋଇଥିବା ଉନ୍ନତିକରଣ କାର୍ଯ୍ୟ ଓ କାଉଡି ଯାତ୍ରା ସମୟରେ ଡିଜେ ବଜାଇବା ପାଇଁ ମିଳିଥିବା ଅନୁମତି ପରେ ଯୁବକମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି। ସେହିପରି ବାରଣାସୀରେ ବହୁ ପୁରାତନ ଗଙ୍ଗା-ଯମୁନୀ- ତେହଜୀବ ଦୋକାନ ଥିବା ବେଳେ ଏଠାରେ ହିନ୍ଦୁ ମୁସଲମାନ ଉଭୟ କାଉଡି ଯାତ୍ରା ସମୟରେ ପୋଷାକଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବିକ୍ରି କରିଥାନ୍ତି।

Share