Categories: ଜାତୀୟ

ଉତ୍ତରପ୍ରଦେଶରେ ହେବ ଗାଈ ସଫାରି: ରହିବେ ବୁଲା ଗାଈ

ଲକ୍ଷ୍ନୌ,୧।୧୨: ଉତ୍ତରପ୍ରଦେଶରେ ଗାଈ ସଫାରି କରାଯିବା। ଏନେଇ ରାଜ୍ୟ ଦୁଗ୍ଧ ବିକାଶ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ସିଂ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି। ଏଠାରେ ବୁଲା ଗାଈଗୋରୁଙ୍କୁ ରଖାଯିବ। ଏଥିପାଇଁ ଜମି ଚିହ୍ନଟ କରିବାକୁ ମନ୍ତ୍ରୀ ନିଜ ବିଭାଗର ଉଚ୍ଚ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବ ସମ୍ପର୍କରେ ସେ ଖୁବ୍‌ ଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି।

Share